କେନ୍ଦ୍ରର ନିର୍ଦ୍ଦେଶ : ଲକ୍‌ଡାଉନ୍‌ ନମାନିଲେ ଗିରଫ କର

Spread the love
ଭୁବନେଶ୍ୱର, ୪/୪/୨୦ (ସନ୍ଧାନ ନିଉଜ) : ଏଣିକି ଲକ୍‌ଡାଉନ୍‌ କଟକଣା କଡାକଡି। ନିୟମ ନ ମାନିଲେ ପୋଲିସ ଗିରଫ କରିବ। ଏ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଆସିଛି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ମର୍ମରେ ଲେଖିଥିବା ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଲକ୍‌ଡାଉନ ଗାଇଡ୍‌ଲାଇନକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଗିରଫ କର। ଏହି ବ୍ୟକ୍ତିଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ରୁ ୬୦ ଓ ଆଇସିପିରି ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

Related Posts

About The Author

Add Comment