କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନର ୧୩ ମାସ ପରେ ମଧ୍ୟ ଫଳ ଶୂନ

Spread the love

ବାରିପଦା ୧୧/୮/୨୦(ଲିଙ୍ଗରାଜ ପଣ୍ଡା): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମନ୍ତ୍ରୀ ପଦ ପାଇବା ପରେ ପ୍ରଥମ ଥର ନିମନ୍ତେ ବଡ଼ସାହି ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିବା ସମୟରେ ବେତନଟୀ ସଂସ୍କୃତି ଭବନଠାରେ ଗତ ୭/୭/୨୦୧୯ରେ ବିଜେପି ଓ ବିଭିନ୍ନ ସଂଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନର ୧୩ ମାସ ପରେ ମଧ୍ୟ ଫଳ ଶୂନ ହୋଇଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଜିଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କ ମୟୂରଭଞ୍ଜ ଜିଲା ପ୍ରତିନିଧ୍ୟ ପ୍ରଦୀପ କୁମାର ପରିଡାଙ୍କ ଆବାହକତ୍ବରେ ମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ବଡ଼ସାହି । ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସରେନ, ସାରସକଣା ବିଧାୟକ ଡାକ୍ତର ବୁଢାନ ମୁମ୍ଭ, ଜିଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମ ଲକ୍ଷ୍ମୀଧର ହାବଡା, ୩୬ନଂ ଜିଲାପରିଷଦ ସଦସ୍ୟ ବ୍ରଜମୋହନ ବେହେରା, ମଣ୍ଡଳ ସଭାପତି ରାଜକିଶୋର ଶାହା, ରତିକାନ୍ତ ମହାନ୍ତ, ସବେଶ୍ଵର ନାୟକ, ବିଭୁତି ମହାନ୍ତ ଓ ଅଭୟ ମହାପାତ୍ର, ବ୍ଲକ ଅଧକ୍ଷ କାଳିଚରଣ ସରେନ, ଉପାଧ୍ୟକ୍ଷା ଅମ୍ବିକା ବାରିକ ପ୍ରମୁଖ ବହୁ ବିଜେପି ନେତା ମଞ୍ଚରେ ଉପସ୍ଥିତଥିଲେ । ମନ୍ତ୍ରୀ ଶ୍ରୀ ଷଡଙ୍ଗୀ ବକ୍ତବ୍ୟ ମାଧ୍ୟମରେ ପ୍ରଥମେ ବଡ଼ସାହି ନିର୍ବାଚନମଣ୍ଡଳୀର ବିଜ୍ଞ ଭୋଟରଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ । ସହଯୋଗ ଯୋଗୁ ବିଜେପି ବିଜୟଲାଭ କରିଲା ବୋଲି ପ୍ରକାଶ କରିଥିଲେ । ସଂସଦ ଶେଷ ହେବାପରେ ସେ ବଡ଼ସାହି ଲୋକଙ୍କ ସହିତ ମିଶି ସେମାନଙ୍କ ବିଭିନ୍ନ ଦାବି ଶୁଣି ତାର ପ୍ରତିକାର କରିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସିଭିଲ ସୋସାଇଟି ଓ ବିକାଶମଞ୍ଚ ପକ୍ଷରୁ ମୟୂରଭଞ୍ଜରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ | (ପଶୁ ସମ୍ପଦ ଓ ମତ୍ସ) ପ୍ରତିଷ୍ଠା ନିମନ୍ତେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବରିଷ୍ଠ ନାଗରିକ ସଂଘ, ରେଲୱେ ପାସେଞ୍ଜର ଫୋରମ ପକ୍ଷରୁ ରେଳ ବିଭାଗର ବିକାଶ, ଜିଲା ସାମ୍ବାଦିକ ସଂଘ ପକ୍ଷରୁ ବେତନଟୀରୁ ଠାକୁରତୋଟା ପର୍ଯ୍ୟନ୍ତ ସମସ୍ତ ରହଣୀକୁ ଷ୍ଟେସନ ମାନ୍ୟତା ପ୍ରଦାନ, ପିଆରଏସ କାଉଣ୍ଟର ସ୍ଥାପନା, ରୋଟାରୀ କ୍ଲବ ପକ୍ଷରୁ ବେତନଟୀ ରେଳଷ୍ଟେସନ ଠାରେ ଥଣ୍ଡାପାନୀୟ ଜଳ ବ୍ୟବସ୍ଥା କରିବା ନିମନ୍ତେ ରେଳବିଭାଗର ଅନୁମତି ଲୋଡିଥିଲେ । ବଜାର କମିଟି ପକ୍ଷରୁ ରେଳ ବିଭାଗ । ବନ୍ଦ କରିଥିବା ରାସ୍ତା ଖୋଲିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସବୁ ଦାବିପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିବାର ୧୩ ମାସ ପରେ ମଧ୍ୟ ମନ୍ତ୍ରୀ ଏହି ସବୁ କାର୍ଯ୍ୟ ଉପରେ କେଉଁ ପଦକ୍ଷେପ ନେଇଛନ୍ତି ତାହା ଅଦ୍ୟାବଧୂ ଜଣାପଡ଼ି ନଥିବାରୁ ବହୁ ପ୍ରତିକ୍ଷିତ ଏହି ଉନ୍ନୟନ କାର୍ଯ୍ୟ ଉପରେ ମନ୍ତ୍ରୀ କେବେ ଶୁଭଦୃଷ୍ଟି ରଖୁବେ ତାହା ଏବେ ଆଲୋଚ୍ୟ ବିଷୟ ପାଲଟିଛି ।

         ମହାମାରୀ କରୋନାର ଭୟାଭୟତା ଗତ ମାର୍ଚ୍ଚ ମାସ ଠାରୁ ତାର ସଂକ୍ରମଣ ଆରମ୍ଭ କରିଥିବା ବେଳେ ଓ ଦିନକୁ ଦିନ ଏହା ବଢ଼ି ଚାଲିଥିବା ବେଳେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସମସ୍ତ ସଂଗଠନ ଅବଗତ ରହିଥିବାବେଳେ କେବଳ ରୋଟାରୀକୁବର ଦାବି ମୁତାବକ ବେତନଟୀ ରେଳଷ୍ଟେସନ ପରିସରରେ ଥଣ୍ଡା ପାନୀୟଜଳ ପ୍ରକଳ୍ପ ମେସିନ ବସାଇବାର ଅନୁମତି ମିଳିଥିବା । ବେଳେ ଅନ୍ୟ କୌଣସି ଦାବି ପୂରଣ ହେବା ଦିଗରେ କେନ୍ଦ୍ରମନ୍ତ୍ରୀ କେତେ ଅଗ୍ରସର ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀଙ୍କ ମୟୂରଭଞ୍ଜ ଜିଲା ପ୍ରତିନିଧ ଶ୍ରୀ ପରିଡାଙ୍କ ସହ ଯୋଗାଯୋଗ କରିବାରୁ ଏବେ କୋଭିଡ-୧୯ ନିମନ୍ତେ ହାତପାଣ୍ଡି ୨ବର୍ଷ ନିମନ୍ତେ କାର୍ଯ୍ୟକାରୀ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ଲୋକଙ୍କୁ କିପରି ରୋଜଗାରକ୍ଷମ କରାଯାଇ ପାରିଟ୍ | ସେଥି ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀ ମସ୍ୟ ଉନ୍ନୟନ ଯୋଜନା ଆରମ୍ଭ ହେବା ସହିତ ବିଭିନ୍ନ ରୋଜଗାର ଯୋଜନା କାର୍ଯ୍ୟକାରୀ ହେଉଛି । ବିଶେଷ ଭାବେ ପ୍ରଧାନମନ୍ତ୍ରୀ । ମସ୍ୟ ଯୋଜନାରେ ଆଦିବାସୀ, ହରିଜନ ଓ ସାଧାରଣବର୍ଗର ମହିଳାଙ୍କ ନିମନ୍ତେ ଶତକଡ଼ା ୬୦ ପ୍ରତିଶତ ରିହାତି ଓ ସାଧାରଣ ବର୍ଗଙ୍କ ନିମନ୍ତେ ଶତକଡା ୪୦ ଭାଗ ରିହାତି ବ୍ୟବସ୍ଥା କରାଯାଇଛି । ମସ୍ୟଚାଷ ଉପରେ ଗୁରୁତ୍ବ ପ୍ରଦନ କରାଯାଇ ସାଧାରଣ ବର୍ଗଙ୍କୁ କିପରି ରୋଜଗାରକ୍ଷମ କରାଯାଇପାରିବ ଓ କର୍ମସଂସ୍ଥାନ ଯୋଗାଇ ଦିଆଯାଇପାରିବ ସେଥି ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ବେତନଟୀର ବିଭିନ୍ନ ସଂଗଠନ ପକ୍ଷରୁ ହୋଇଥିବା ଦାବିଗୁଡିକ ଅର୍ଥାତ ବଡବଡ ଯୋଜନା ଉପରେ କୋଭିଡ-୧୯ର ପ୍ରଭାବ କମିବା ପରେ ଦୃଷ୍ଟି ଦିଆଯିବ ବୋଲି ଶ୍ରୀ ପରିଡା ପ୍ରକାଶ କରିଥିଲେ ।

Related Posts

About The Author

Add Comment