କେନ୍ଦୁପତ୍ର ତୋଳିବାକୁ ଯାଇ ସାପ କାମୁଡାରେ ମହିଳା ମୃତ, ପାଖରେ ବସିଛନ୍ତି ଦୁଇ ନିରୀହ ପିଲା

Spread the love
ମାଲକାନଗିରି, ୦୩/୦୫/୨୨ (ସନ୍ଧାନ ନିଉଜ) ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ ର ଜଣେ ମହିଳା କାଲି ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମହିଳା ଜଣକ ସକାଳେ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ।

ପରେ ଘରେ ଆସି ସାପ କାମୁଡିବା କଥା ପରିବାର ଲୋକଙ୍କୁ କହିଥିଲେ। ତାପରେ ପରିବାର ଲୋକ ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଯାଇଥିଲେ ହେଲେ ମହିଳା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ସ୍ଥିତ ହେଡକ୍ୱାଟର୍ସ କୁ ରେଫର କରିଯାଇଥିଲା ହେଲେ ମାଲକାନଗିରି ମେଡିକାଲ ନେବା ସମୟ ରେ ରାସ୍ତାରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା।

ମହିଳା ଜଣକ ଏମ.ପି.ଭି ୩୩ ଗ୍ରାମ ର ଗୈାତମ ବୈରାଗୀ ଙ୍କ ସ୍ତ୍ରୀ ଅନିକା ବୈରାଗୀ ବୋଲି ଜଣାପଡିଛି। ଅନିକା ବୈରାଗୀ ଅତି ଗରିବ ଶ୍ରେଣୀର ମହିଳା ଓ ତାଙ୍କ ର ଛୋଟ ଛୋଟ ଦୁଇ ଟି ପୁଅ ଅଛି। ଏହି ଛୋଟ ଛୋଟ ପିଲା ଦୁଇଟି କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ଘଟଣା ସ୍ଥଳରେ କୋଇମେଟଲା ସରପଞ୍ଚ ମୁନ୍ନା ପଡ଼ିଆମି ଯାଇ ପରିବାରକୁ ସମବେଦନା ଜଣାଇବା ସହିତ ହରିଶ୍ଚନ୍ଦ୍ର ଯୋଜନା ରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Related Posts

About The Author

Add Comment