Homeଜିଲ୍ଲା ପରିକ୍ରମାକେନ୍ଦୁଝରକେନ୍ଦୁଝର: ବାଇକ ଉପରେ ଚଢ଼ିଗଲା ପିକଅପ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର କେନ୍ଦୁଝର: ବାଇକ ଉପରେ ଚଢ଼ିଗଲା ପିକଅପ ଗୋଟିଏ ପରିବାରର ୩ ମୃତ, ୨ ଗୁରୁତର Sandhan News | October 24, 2018 | Spread the love କେନ୍ଦୁଝର ୨୪/୧୦ (ସନ୍ଧାନ ନିୟୁଜ)- କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଚେମେଣା ଶାଳ ଜଙ୍ଗଲ ନିକଟରେ ଏକ ପିକଅପ ବାଇକକୁ ଧକା ଦେବା ଫଳରେ ଘଟଣା ସ୍ଥଳରେ ୫ଜଣ ଗୁରୁତର ହୋଇ ରାସ୍ତା ଉପରେ ମୁମୂର୍ଷୁ ଅବସ୍ଥାରେ ଛିଟିକି ପଡ଼ିଥିଲେ। ଖବର ନେବାରୁ ଜଣା ପଡ଼ିଛି କି ଚଢ଼େଇଭଳର ଏମ୍ ଡି ସାଜାଦ୍ ନିଜ ପତ୍ନୀ ଏବଂ ୩ ଛୁଆ ଙ୍କ ସହିତ ବାଇକ ଯୋଗେ କେନ୍ଦୁଝର ପଟୁ ଚଢେଇଭୋଳକୁ ଫେରୁଥିବା ସମୟରେ ତୁରୁମୁଙ୍ଗା ପଟୁ ଯାଉଥିବା OR 04N 3541 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନଟି ବାଇକକୁ ଧକ୍କା ଦେବା ସହିତ ଉପରେ ଚଢିଯାଇଥିଲା। ସମସ୍ତ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କାରାଯାଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାମୀ ଏମ୍ ଡି ସାଜିଦ୍ ସ୍ତ୍ରୀ ତମନା ବିବି ଏବଂ ୪ ବର୍ଷ ଝିଅର ଅଫିନା ତେରିନ୍ ମୃତ୍ୟୁ ଘଟିଛି। ଅନ୍ୟ ଛୁଆ ର ତେହେସିନ୍ ପର୍ଵିନ୍ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି କ୍ଷତିପୂରଣ ଦାବି ରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାଜପଥକୁ ଅବରୋଧ କରିଛନ୍ତି। ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି। Report. A Jena , Keonjhar Related Posts ଭାଗ୍ୟଧର ସେଠୀଙ୍କୁ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁୁ ରାଷ୍ଟ୍ରୀୟ ଶିକ୍ଷା ଗୌରବ ସମ୍ବର୍ଦ୍ଧନା December 14, 2024 | Manas Kumar Rout | ଅଧିକ ପଢନ୍ତୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୫ହଜାର ଟଙ୍କା ଜୋରମାନା ଦେବାକୁ ପଡ଼ିଲା June 25, 2023 | Hemanta Bhainsa | ଅଧିକ ପଢନ୍ତୁ କୁଆଁରମୁଣ୍ଡା ଡକାୟତି ଘଟଣା: ଦୁଇ ଡକାୟତ ଗିରଫ December 11, 2019 | Manas Kumar Rout | ଅଧିକ ପଢନ୍ତୁ ପୁଣି ରାଜ୍ୟରେ କରୋନା ୪ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୭୪ କୁ ବୃଦ୍ଧି July 14, 2020 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଭାଗ୍ୟଧର ସେଠୀଙ୍କୁ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁୁ ରାଷ୍ଟ୍ରୀୟ ଶିକ୍ଷା ଗୌରବ ସମ୍ବର୍ଦ୍ଧନା December 14, 2024 | Manas Kumar Rout | ଅଧିକ ପଢନ୍ତୁ
ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୫ହଜାର ଟଙ୍କା ଜୋରମାନା ଦେବାକୁ ପଡ଼ିଲା June 25, 2023 | Hemanta Bhainsa | ଅଧିକ ପଢନ୍ତୁ
ପୁଣି ରାଜ୍ୟରେ କରୋନା ୪ ନେଲା ମୁଣ୍ଡ – ମୃତ୍ୟୁ ସଂଖ୍ୟା ୭୪ କୁ ବୃଦ୍ଧି July 14, 2020 | Sandhan News | ଅଧିକ ପଢନ୍ତୁ