କେନ୍ଦୁଝର, ୧୧/୬ (ସନ୍ଧାନ ନିୟୁଜ୍/ ନିହାର ରଂଜନ ଜେନା) କେନ୍ଦୁଝର ଜିଲ୍ଲାର ଧୁରପଦା ଗ୍ରାମରେ ପାନୀୟ ଜଳ ସଙ୍କଟ ଲାଗିରହିଛି । ଏହି ଗ୍ରାମରେ ଲୋକସଂଖ୍ୟା ୨୦୦ରୁ ଉର୍ଧ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏଠାରେ ଗୋଟିଏ ମାତ୍ର ନଳପୂପ ଖୋଳାଯାଇଥିଲା । ହେଲେ ଏବେ ସେଥିରୁ ମାରି ମାରି ହାଲିଆ ହୋଇଗଲେ ବି ପାଣି ବାହାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ପାଣି ପାଇଁ ଅସୁବିଧା ହେତୁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ସାହାର୍ଯ୍ୟର ପାଣି ଯୋଗାଇଥିବା ବେଳେ ଏବେ ଦୁଇ ତିନିଦିନରେ ଟ୍ୟାଙ୍କର ଆସି ପାଣି ଦେଉଥିବାରୁ ଗ୍ରାମବାସୀ ପାଣି ପାଇଁ ନାନାଦି ହଇରାଣ ହେଉଛନ୍ତି । ତୁରନ୍ତ ପାଣିର ସ୍ଥାୟୀ ବନ୍ଦବୋସ୍ତ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
କେନ୍ଦୁଝର: ଧୁରପଦା ଗ୍ରାମରେ ପାନୀୟ ଜଳ ସଙ୍କଟ, ଦୁଇଦିନରେ ଥରେ ଦେଉଛି ଟ୍ୟାଙ୍କର
|
June 11, 2018 |