କେନ୍ଦୁଝର: ଡାକ୍ତରାଣୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

Spread the love

କେନ୍ଦୁଝର ୬/୧୧ (ସନ୍ଧାନ ନିୟୁଜ): ଟ୍ରାଫିକ୍‌ ଯାଞ୍ଚ ବେଳେ ମଙ୍ଗଳବାର ଜଣେ ଡାକ୍ତରାଣୀଙ୍କୁ ନିସ୍ତୁକ ମାଡ଼ ହୋଇଥିବ ସୂଚନା ମିଳିଛି। ଅଭିଯୋଗ ଅନୁସାରେ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ମହିଳା ଏଏସ୍‌ଆଇ ଡାକ୍ତରାଣୀଙ୍କୁ ମାଡ଼ ମାରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ସିଙ୍ଗଡ଼ା ପିଏସ୍‌ସି ଆୟୁଷ ଡାକ୍ତର ସଂଯୁକ୍ତା ଗିରି ଆଜି ଅପରାହ୍ନରେ ୧୨ଟାରୁ ୧ଟା ମଧ୍ୟରେ ନିଜ ବାପ ଘରକୁ ସ୍କୁଟିରେ ଫେରୁଥିଲେ। ଡାକ୍ତର ସଂଯୁକ୍ତା ତୁରୁମୁଙ୍ଗା ଥାନା ସମ୍ମୁଖ ଦେଇ ଘରକୁ ଫେରୁଥିବା ବେଳେ ଟ୍ରାଫିକ୍‌ ଯାଞ୍ଚ ଚାଲିଥିଲା।

ଟ୍ରାଫିକ୍‌ ଯାଞ୍ଚ ବେଳେ ଡାକ୍ତର ସଂଯୁକ୍ତା ଥାନ ସମ୍ମୁଖ ଦେଇ ରାସ୍ତାରେ ଯାଉଥିଲେ। ସେ ହେଲମେଟ ପିନ୍ଧିଥିଲେ ମଧ୍ୟ ତାଙ୍କୁ ମହିଳା ଏଏସ୍‌ଆଇ ଅଟକାଇଥିଲେ। ସଂଯୁକ୍ତାଙ୍କୁ ମହିଳା ପୁଲିସ ଜଣକ ଗାଡ଼ିର କାଗଜପତ୍ର ମାଗିଥିଲେ। ଡାକ୍ତର ସଂଯୁକ୍ତା ଗାଡ଼ିରୁ କାଗଜପତ୍ର ବାହାର କରିବାରେ ବିଳମ୍ବ ହୋଇଥିଲା। ଫଳରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ୨ ଜଣ ମହିଳା ପୁଲିସ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ରେକଡିଂ କରୁଥିବା ବେଳେ ମୋବାଇଲକୁ ଛଡାଇ ନେଇଥିଲେ। ଏସଂପର୍କରେ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି।

report by A jena, keonjhar 

Related Posts

About The Author

Add Comment