ତୁରୁମୁଙ୍ଗା, ୧୫/୧୨(ସନ୍ଧାନ ନିୟୁଜ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜ୍ୟୋତିପୁର ଫୁଟବଲ୍ ପଡିଆରେ ଜ୍ୟୋତି କପ ନକ୍ଆଉଟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥି ସହ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଗଜେନ୍ଦ୍ର ନାରାୟଣ ମିଶ୍ର ଓ ଜିଲ୍ଲା ପରିଷଦ ସଦସ୍ୟ ମାନସ ରଞ୍ଜନ ବେହେରା, ବିରେନ ମହାନ୍ତ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦଳ ଭାଗ ନେଇଥିବା ବେଳେ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଶେଷ ହେବ ବୋଲି ଜଣାପଡିଛି । ଉଦଘାଟନୀ ମ୍ୟାଚ ରେ ଉଖୁଣ୍ଡା ଏକାଦଶ ସହ ମାଷ୍ଟର ସ୍ପୋର୍ଟିଂ ଏକାଦଶ ମଧ୍ୟରେ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ଯତୀନ କୁମାର ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ଶଙ୍କର୍ଷଣ ନାଏକ ଏବଂ ରେଫରୀ ଭାବେ ଖେଳକୁ ପରିଚାଳନା କରିଥିଲେ । ଭାସ୍ୟକାର ବୁଲବୁଲ ଆପଟ ଓ ସୁଦାମ ଚରଣ ପଣ୍ଡା ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟିରେ ଜ୍ୟୋତି କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ଓଡ଼ିଆ ପୁଅ