ହରିଚନ୍ଦନପୁର, ୧୩/୧୧ (ସନ୍ଧାନ ନିଉଜ) : ଆଜି ଅପରାହ୍ନ ୩ଘଟିକା ସମୟରେ ଜଙ୍ଗଲରେ ଛେଳି ଚରାଉଥିବା ବେଳେ ଦୁଇଜଣ ଭାଲୁ ଆକ୍ରମଣର ଶିକାର ହୋଇ ଆହାତ ହୋଇଛନ୍ତି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳ ଟିଗିରିଆ ସାହିର କୁଆଁର ମୁଣ୍ଡା(୬୫) ଓ ଲକ୍ଷ୍ମଣ ମୁଣ୍ଡା(୪୫) ଗ୍ରାମ ନିକଟସ୍ଥ ଫଗଡବୁଢା ଜଙ୍ଗଲକୁ ଛେଳି ଚଳାଇବା ପାଇଁ ଯାଇଥିଲେ । ସେଠାରୁ ଛେଳି ଗୁଡ଼ିକୁ ଚଳାଇ ଘରକୁ ଫେରୁଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇ ଆହାତ ହୋଇଥିଲେ । ସେଠାରେ ଭାଲୁ ଦୁହିଁଙ୍କ ହାତକୁ ଗୁରୁତର ଆଘାତ ଦେଇଥିଲା, ଫଳରେ ସେମାନେ ଗୁରୁତର ଆହାତ ହୋଇଥିଲେ । ସେମାନଙ୍କୁ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ଅଟୋରିକ୍ସା ଯୋଗେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବାର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ଗ୍ରାମରେ ଭାଲୁ ଆକ୍ରମଣ
|
November 13, 2019 |
![](https://sandhannews.com/wp-content/uploads/2019/11/PhotoPictureResizer_191113_183503256_crop_600x400-1.jpg)