ଯାଜପୁର ସଦର, ୧୮ା୦୭: ଏହିପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଯାଜପୁର ରୋଡ଼ଥାନା ନିକଟସ୍ଥ ଦଳା ନିକଟସ୍ଥ ଏକ ଭଡ଼ା ଘରୁ ମହିଳା ଜଣଙ୍କ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ଯାଜପୁର ଅଞ୍ଚଳରେ ଚହଳ ପକାଇଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ, ଦଳା ଗାଁ ନିକଟସ୍ଥ ଏକ ଭଡ଼ାଘରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବା ସହିତ ଯାଜପୁର ପୋଲିସ ଶବକୁ ଜବତ କରିବା ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହା ଉଦ୍ଧାର କରାଯାଚି । ଘଟଣାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଫୁଲଓବାର କସବା ଅଞ୍ଚଳର ଜତିନ୍ଦ୍ର ନାଥଙ୍କ ପୁଅ ଶଙ୍କର ନାୟକ ଓ ତାଙ୍କ ସ୍ତ୍ରୀ ଦେବସ୍ମୀତା ପାତ୍ର ବୋଲି ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେମ ଉଭୟ ସ୍ୱାମୀ ସ୍ତ୍ରୀ ଦଳା ଗାଁରେ ଏକ ଭଡ଼ା ଘରେ ରହୁଥିବା ଜଣାଯାଇଚି । ଉଭୟ ଭଲ ପାଇ ବିବାହ କରିଥିବା ବେଳେ, ଉଭୟ ସ୍ୱାମୀ ସ୍ତ୍ରୀ ଫ୍ୟାନରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କରିବା ଘଟଣା ସ୍ପଷ୍ଟ ହୋଇ ନଥିବା ବେଳେ, ପାରିବାରିକ ଅଶାନ୍ତିରୁ ସ୍ୱାମୀ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଧେହ କରାଯାଉଚି । ଖବର ପାଇ ଯାଜପୁର ରୋଡ଼ ଥାନା ଆଇଆଇସି ଘଟଣା ସ୍ଥଳରେ ପହଁଞ୍ôଚ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ ଆରମ୍ଭ କରିଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ୱାମୀ ସ୍ତ୍ରୀଙ୍କ ମୃତ ଦେହ ଜବତ କରାଯିବା ସହିତ ମେଡିକାଲକୁ ପଠାଯାଇଚି । ଶଙ୍କର କଳିଙ୍ଗ ନଗରର ଏକ ଘରୋଇ କାରଖାନରେ କାର୍ଯ୍ୟ କରୁଥିବା ବେଳେ, ଏକ ମାସ ହେବ ଦଳା ଗାଁ ନିକଟରେ ଭଡ଼ା ଘରେ ରହୁଥିଲେ । ଗତକାଲି ସକାଳୁ ଶଙ୍କର ଦେବସ୍ମୀତା ଘରୁ ନବାହାରିବାରୁ ଲୋକ ମାନଙ୍କର ସନ୍ଧେହ ହୋଇଥିଲା । ପଡ଼ୋଶୀମାନେ ଦେବସ୍ମୀତାକୁ ଡାକିବାରୁ କୌଣସି ଉତ୍ତର ନମିଳିବାରୁ ସ୍ଥାନୀୟ ଲୋକମାନେ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ସ୍ୱାମୀ ସ୍ତ୍ରୀଙ୍କର ଶବ ଜବତ କରିଥିଲେ ।
କେଦାର ଗୌରୀ ଶେଷରେ ଜୀବନ ହରାଇ ଦେଲେ
|
July 19, 2022 |