ଧର୍ମଶାଳା, ୨୨/୧୧ (ସନ୍ଧାନ ନିଉଜ/ମାନସ ରାଉତ) : ଗ୍ରାମାଞ୍ଚଳରେ କ୍ରାଡର ବିକାଶ ଓ ପ୍ରତିଭାବାନ୍ କ୍ରୀଡାବିତଙ୍କୁ ସୁଯୋଗ ଦେଇ ସେମାନଙ୍କର ପ୍ରତିଭାର ବିକାଶ ପାଇଁ କଳ୍ପତରୁ ଦାସ ନ୍ୟାସନାଲ ଫାଉଣ୍ଟେସନ ଦରଫରୁ ୭୩ ଟି ଦଳକୁ ନେଇ ଆସନ୍ତା ୨୩ ତାରିଖରୁ କେଡିଏମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଜାନୂଆରି ୧୯ ରେ ଶେଷ ହେବ । ଏନେଇ ଆଜି ପୂର୍ବାହ୍ନ ରେ ଜାରକାସ୍ଥ ଆଇଟିଆଇ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କେଡିଏମ ଅଧ୍ୟକ୍ଷ ତଥା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ଧର୍ମଶାଳା, ରସୁଲପୁର ଓ ବରୀ ବ୍ଲକ ର ୭୩ ଟି ପଞ୍ଚାୟତର ଯୁବ ଖେଳାଳୀ ମାନେ ଅଂଶଗ୍ରହଣ କରିବେ । ଏଥିଲାଗି କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ଟ୍ରଫି ଇନ୍ମେଚେନ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ । ଏହି ଇସôବରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଧର୍ମଶାଳା ବିଧାୟକ ବ୍ରଣବକୁମାର ବଳବନ୍ତ ରାୟ ଅତିଥୀ ଭାବେ ଯୋଗ ଦେଇ ଟ୍ରଫିକୁ ଉନ୍ମୋଚନ କରିବେ ବୋଲି ଆଜି ଜାରକାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଡିଏମର ଅଧ୍ୟକ୍ଷ ପଅଭାତ କୁମାର ବଳବନ୍ତରାୟ ସୂଚନା ଦେଇଛନ୍ତି । ପୂର୍ବରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ ଟି ପଞ୍ଚାୟତର ୫୪ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିଲେ । ଏଥର ଏହାର କଳେବର ବୃଦ୍ଦି ପାଇଛି । ପ୍ରତିଯୋଗୀତାରେ ଭାଗ ନେଇଥିବା ୭୩ଟି ଦଳକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ଉଦଘାଟନୀ ମ୍ୟାଚ ଆସନ୍ତା ୨୩ ତାରିଖ ଜୋନସ୍ତରିୟ ପ୍ରଥମ ମ୍ୟାଚ କଳ୍ପତରୁ ଦାସ ଷ୍ଟାଡିୟମରେ ଅନୁଷ୍ଠିତ ହୋଇ ୨୯ ତାରିଖରେ ୋଷ ହେବ । ଏଥିରେ ୧୩ ଟି ମ୍ୟାଚ ଖେଳାଯିବ । ସେହିପରି ଅତଲପେୁର ଖେଳପଡିଆ ରେ ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ମାସ ୩ ତାରିଖରେ ଶେଷ ହେବ । ଏଥିରେ ୧୦ ଟି ମ୍ୟାଚ ଖେଳାଯିବ । କୋତପୁର ଖେଳ ପଡିଆରେ ଡିସେମ୍ବର ମାସ ୫ ତାରିକରୁ ଆରମ୍ଭ ହୋଇ ୭ ତାରିଖରେ ଶେଷ ହେବ, ଏଥିରେ ୭ ଟି ମ୍ୟାଚ ଖେଳାଯିବ । ଗଡମଧୁପୁର ଖେଳ ପଡିଆରେ ଡିସେମ୍ବର ମାସ ୧୦ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖରେ ଶେଷ ହେବ । ଏଥିରେ ୧୪ ଟି ମ୍ୟାଚ ଖେଳାଯିବ । କୃଷ୍ଣପଡା ଖେଳପଡିଆରେ ଡିସେମ୍ବର ୧୮ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବ । ଏଥିରେ ୧୨ ଟି ମ୍ୟାଚ ଖେଳଯେିବ । ବଡ କାଏମା ଖେଳପଡିଆରେ ୨୬ ତଂରିଖରେ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ, ଏଥିରେ ୭ ଟି ମ୍ୟାଚ ଖେଳାଯିବ । ଏଥିମଧ୍ୟରୁ ଶ୍ରେଷ୍ଠ ୧୦ ଟି ଦଳ ଜାନୁଆରି ୫ ତାରିଖରୁ କଳ୍ପତରୁ ଦାସ ଷ୍ଟାଡିୟମରେ ଖେଳିବେ । ଯାହା ୧୬ ତାରିଖରେ ଶେଷ ହେବ । ଏଥିରେ ୨୦ ଟି ମ୍ୟାଚ ଖେଳାଯିବ । ଜାନୁଆରି ୧୮ ତାରିଖରେ ୨ ଟି ସେମିଫିନାଲ ଓ ୧୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥିମଧ୍ୟରୁ ଜାନୁଆରୀ ୧୨ ତାରିଖରେ ବିଧାୟକ ଓ ସରକାରୀ ଅଧୀକାରୀଙ୍କ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଳଧର ମହାନ୍ତି, ମିଡିଆ ସେଲ ଅଧ୍ୟକ୍ଷ ସଂଭ୍ରାମ ଜେନା, ରଶ୍ମୀରଞ୍ଜନ ରାୟ, ନିର୍ମଳ ପ୍ରଧାନ, ଅଜୟ ନାୟକ, ପ୍ରଫୁଲ ସାହାଣୀ, ଅକ୍ଷୟ ନାୟକ, ସବ୍ୟସାଚୀ ସୁନ୍ଦରାୟ, ପ୍ରତାପ ପ୍ରଧାନ, ରଞ୍ଜନ ପାଲ, ମାନସ ରଞ୍ଜନ ସହାନ୍ତି ଓ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
କେଡିଏମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୩ ରୁ
|
November 22, 2019 |
