ନାମ ଅନିରୁଦ୍ଧ ସାମନ୍ତରାୟ । ଯାଜପୁର ଜିଲ୍ଲାରେ ବେଶ ଜଣାଶୁଣା । ହେଲେ ସେ ନିଜର ନାମ ପାଇଁ ଜେତିକି ଜଣାଶୁଣା ନୁହେଁ ନିଜର କର୍ମ ପାଇଁ ସେତିକି ପରିଚିତ । ବିଚାରବନ୍ତ ଜ୍ଞାନୀ ଗୁଣି ଭାବରେ ଦେଖିଥିଲେ ଅନେକ ସ୍ୱପ୍ନ । ମାତ୍ର ବିଧିର ବିଧାନ ଏବଂ ପାରିବାରିକ ବେଢ଼ି ତଥା ଅର୍ଥନୌତିକ ବାଧା ତାଙ୍କ ଆଗରେ ସର୍ବଦା ଛିଡା ହେଉଥିଲା । କିନ୍ତୁ ଏହାକୁ ଭୃକ୍ଷେପ ନକରି ସମାଜ ପାଇଁ ଅନେକ କିଛି କରିବାର ଅଭିଲିପ୍ପା ନେଇ ଆରମ୍ଭ କରିଥିଲେ ସାମ୍ବାଦିକତା ଜୀବନ । ଭୂବନେଶ୍ୱରରେ ଏକ ଖବର ସଂସ୍ଥର ଡେକ୍ସରେ କାର୍ଯ୍ୟକରିବା ପରେ ଅନେକ ଥର ନିଜର କଲମ ଚାଳନା କରିଛନ୍ତି ଅବହେଳିତ ନିଷ୍ପେଶିତ ଦରିଦ୍ର ଲୋକଙ୍କ ପାଇଁ । ଜାତିରେ ଥିଲେ ବ୍ରହ୍ମଣ ହେଲେ କର୍ମରେ ଥିଲେ ସେ ଶୁଦ୍ର । ତାଙ୍କ ପାଖରେ ବୋଧହୁଏ ଜାତି ବୋଲି ଏକ ଶବ୍ଧ ନଥିଲା । ଏପରି କିଛିଦିନ ଭୁବନେଶ୍ୱର କାଟିବା ପରେ ଏମବିସି ଟିଭିର ଜିଲ୍ଲା ପ୍ରତିନିଧି ଭାବେ ନିଜ ଜିଲ୍ଲା ଯାଜପୁରକୁ ଫେରିଥିଲେ । ଏହାପରେ ମୁଁ ମଧ୍ୟ ଦୌନିକ ସମ୍ବାଦପତ୍ରରେ ନିଜର ସାମ୍ବାଦିକ ଆରମ୍ଭ କରିସାରିଥିଲି । ଭାଗ୍ୟର ବିଡମ୍ବନା ଅନ୍ୟ ସାମ୍ବାଦିକତା ଭଳି ସେ ନହୋଇ ସର୍ବଦା ଦରିଦ୍ର, କୃଷକ, ଲୋକଙ୍କ ପାଇଁ ନିଜର କ୍ୟାମେରା ଏବଂ କଲମ ଚାଳନା କରିବାରେ ମୋତ ନିଜର ସହଯୋଗୀ ଭାବେ ବାଛିନେଇଥିଲେ । ବହୁଦିନ ତାଙ୍କ ସହିତ ବୁଲିବା ଏବଂ ଖବର ସଂଗ୍ରହ କରି ପଠାଇବା ଲୋକଙ୍କ ପାଇଁ ନିଜର ଜୀବନ ଉସର୍ଗ କରିବା ଦେଖିଛି । ସେତେବେଳେ ଖବର ଏଭଳି ଭାବରେ ଆମେ କରୁଥିଲେ ବହୁ ଅନ୍ୟମାନେ ମଧ୍ୟ ଏହା ଦେଖି ତାଜୁବ ହେଉଥିଲେ । ବନ୍ୟ ସମୟରେ ଯାଜପୁର ଜିଲ୍ଲା ବୁଡିଥିବା ବେଳେ କେନ୍ଦ୍ରପଡା ଏବଂ ଯାଜପୁରର ତଳିଆ ଅଂଚଳକୁ ନିଜ ଜୀବନ ବିପନ୍ନ କରି ଏକ ହୁଲି ଡଙ୍ଗାରେ ଯାଉ ଲୋକଙ୍କ ସମସ୍ୟା ଉତଥାପନ କରିଥିଲୁ । ଖାଲି କେବଳ ସମ୍ବାଦିକ ଭାବରେ ନିଜର କର୍ମ ସାରିଥିଲେ ତାହା ନୁହେଁ ବରଂ ସମାଜସେବୀ ଭାବେ ବେଶ ପରିଚିତ ହୋଇଥିଲେ । ନିଜ ଅର୍ଜିତ ଧନରେ ଗରିବ ଲୋକଙ୍କୁ କମ୍ବଳ, ଶାଢୀ ଯେଗାଈଦେବା, ପରିବଶେ ସନ୍ତୁଳନ ନିମନ୍ତେବାରୁଣାବନ୍ତ ବନ ସୁରକ୍ଷା ମଂଚ ଗଢ଼ି ପଶୁ ପକ୍ଷୀଙ୍କ ସୁରକ୍ଷା କରିବା ସହିତ ବିଭିନ୍ନ ଆନେ୍ଦାଳନରେ ସର୍ବଦା ଜଡିତ ହେଉଥିଲେ ।

ରକ୍ତଦାନ କ୍ଷେତ୍ରରେ ମଧ୍ୟ ସେ ସଫଳତା ସାଉଁଠି ସାରିଥିଲେ । ପାଖାପାଖି ୬୦ରୁ ଉର୍ଦ୍ଧଥର ରକ୍ତ ଦେଇଥିଲେ । ବାଟଘାଟରେ ମଧ୍ୟ ଅନେକ ପ୍ରସଙ୍ଗକୁ ନେଇ ଆମେ ଆଲୋଚନା କରୁଥିଲୁ । ଯାଜପୁରର ସାମ୍ବାଦିକତା ଭାବରେ ସେହି ଜଣେ ବ୍ୟକ୍ତି ଯାହାକୁ ଠାରୁ ମୋତ ମିଳିଥିଲା ଅନେକ ପ୍ରେରଣା, ଏବଂ ସାହସ । ତୃତୀୟପାଦ ଭଳି ଏକ ମାସିକ ଖବର କାଗଜ ପ୍ରକାଶ କରିଥିଲେ । ଅନେକ ସ୍ୱତନ୍ତ୍ର ସଂଖ୍ୟାକୁ ଆଡମ୍ବର ସହାକରେ ନକରି କେଉଁଠି ଟଳି ଚାଳକଙ୍କ ଦ୍ୱାରା ଉଦଘାଟନ କରିଥିଲେ ତ କେଉଁଠି ମୁସଲମାନ ବ୍ୟକ୍ତି ମାନଙ୍କୁ ଧରି ଅନ୍ୟ କେଉଁଟି ମାତ୍ର ଜଣେ ଜଣେ ସନ୍ୟସୀଙ୍କ ଦ୍ୱାରା । ନିଜର ଏଭଳି କର୍ମରେ ସେ ନିଶ୍ଚିତ ଭାବରେ ସମସ୍ତ ଠାରୁ ଅଲଗା ଭାବେ ନିଜକୁ ପ୍ରତିପାଦିତ କରିଥିଲେ । ଅର୍ଥ ଏବଂ ସମୟ ଅଭାବରୁ ତୃତୀୟପାଦକୁ କିଛି ଦିନ ବନ୍ଦ କରିଦେଇଥିଲେ । ବହୁବାର ତାକୁ ପ୍ରକାଶିତ କରିବା ପାଇଁ ଲଗେଇଥିଲି । ପୁଣି ଏହି ସଂଖ୍ୟା କରିବା ପାଇଁ ଡିଟିପି କରିବାକୁ ଦେଇଥିଲେ । ହେଲେ ତାହାବି ବୋଧ ହୁଏ ଅଧାରେ ରହିଗଲା । ହେଲେ ହଠାତ ତାଙ୍କର କାଲି ଦେହନ୍ତ ଖବର ଶୁଣି ମର୍ମାହିତ ହୋଇଗଲି । ଲାଗୁଛି ଭଗବନା ସବର୍ଦା ଭଲ ଜ୍ଞାନ ଗୁଣି ଭଲ ଲୋକଙ୍କୁ ଶ୍ରୀଘ ନେଇଯାଆନ୍ତି । ତାଙ୍କର ଏଭଳି କର୍ମମୟ ଜୀବନରେ ଅନେକ ଥର ତାଙ୍କୁ ମୋ ଦ୍ୱାରା ଆହୁତ କାର୍ଯ୍ୟକ୍ରମରେ ଅତିଥି କରି ଡାକିଥିଲି । ହେଲେ ତାହା ଆଉବି ହୋଇପାରିବ ନାହିଁ । ସମୟ ସମସ୍ତଙ୍କ ଠାରୁ ବଡବାନ । ହଠାତ ଆସି ତାଙ୍କୁ ନେଇଗଲେ । ତାଙ୍କ ଅମର ଆତ୍ମାର ସଦଗତି ହେଉ ଏହାହିଁ କାମନା ।
ଶ୍ରଦ୍ଧା ସୁମନ
ମାନସ ରାଉତ



