କୃଷ୍ଣ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତ ଦାବି

Spread the love

ବରୀ, ୨୬/୧୧ (ସନ୍ଧାନ ନିୟୁଜ/ଇତିଶ୍ରୀ ଦାସ) ଯାଜପୁର ଜିଲ୍ଲାର ବରୀ ବ୍ଲକ କୃଷ୍ଣନଗର ସ୍ୱାସ୍ଥ୍ୟକେନ୍ଦ୍ର ରେ ଦୀର୍ଘ ୧୮ବର୍ଷ ହେବ ସ୍ଥାୟୀ ଡାକ୍ତର ନଥିବାରୁ ଅଂଚଳବାସୀ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଛନ୍ତି । ଏଠାରେ ଡାକ୍ତର ନଥିବାରୁ ରତ୍ନଗିରିରୁ ଏବଂ ଅନ୍ୟାନ ସ୍ଥାନରୁ ଡାକ୍ତର ଆସି ରୋଗୀ ଦେଖିଥାନ୍ତି । ହେଲେ ପ୍ରତ୍ୟକ ଦିନ ମଧ୍ୟ ଡାକ୍ତର ଆସିନଥାନ୍ତି । ଏପରି ଅନ୍ୟାନ କର୍ମଚାରୀ ମଧ୍ୟ ଯଥେଷ୍ଟ ନଥିବାର ରୋଗୀ ମାନେ ନାନାଦି ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏହାର ପ୍ରତିକାର ପାଇଁ ମେଡିକାଲର ବିକାଶ , ସ୍ଥାୟୀ ଡାକ୍ତର ନିଯୁକ୍ତି, ଆବଶ୍ୟକେୟୀ କର୍ମଚାରୀ ନିଯୁକ୍ତ କରିବା ପାଇଁ ବହୁବାର ୫ଟି ପଚାଂୟର ବହୁ ଲୋକ ଅଭିଯୋଗ କରିଆସୁଥିଲେ ମଧ୍ୟ ତାହା ସମାଧାନ ହୋଇପାରିନାହିଁ । ଫଳରେ ବରୀ ଯୁବ କଂଗ୍ରେସ ପକ୍ଷରୁ ଏକ ଗଣଧାରଣ ଦିଆଯାଇଥିଲା । ଏହାର ୧୫ଦିନ ଭିତରେ ସମାଧାନ କରିବାକୁ ଯାଜପୁର ଏଡିଏମ୍ ଅନୁପ ଶର୍ମୀ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟହୃତ କରାଯାଇଥିଲା । ଧାରଣରେ ଯାଜପୁର ଜିଲ୍ଲା କଂଗ୍ରେସ ସୋସିଆଲ ମିଡିଆ ସଭାପତି ସୌଭାଗ ରଂଜନ ଦାସ, ପୂର୍ବତନ ଯୁବ କଂଗ୍ରେସ ସଭାପତି ଅମ୍ରେଶ କୁମାର ପରିଡା,୨୨ନମ୍ବର ଜୋନ ଯୁବନେତା ସମୀର ରାଉତ, ସୌମ ବଳ, ଶ୍ରବଣ ଦାସ,ଅଂଶୁମାନ ଦାସ, ସମୀର ଦାସ, ଅଖିଳ ମହାଳିକ, କାଙ୍ଗାଳି ରାଉତ ପ୍ରମୁଖ ଧାରଣରେ ବସି ରହିଥିଲେ । ଯଦି ପ୍ରତିଶୃତି ପୂରଣ ନକାରାଯାଏ ତେବେ ଆଗମୀ ଦିନରେ ବୃହତ ଜନଆନେ୍ଦାଳନ ଗଢ଼ି ଉଠିବା ବୋଲି ଧାରଣାକାରୀ ପ୍ରକାଶ କରିଥିଲେ ।

Related Posts

About The Author

Add Comment