କୃଷ୍ଣପଡା ୬୩ବର୍ଷୀୟ ପୁରୁଷ କଲିକତା ଫେରନ୍ତା, ଜ଼ାଣନ୍ତୁ ତାଙ୍କର Travel History

Spread the love
ଯାଜପୁର ୦୬/୦୫ (ସନ୍ଧାନ ନିଉଜ) ମାର୍ଚ୍ଚ ୨୬ରେ କଲିକତାରୁ ଆସି ନିଜ ଗ୍ରାମରେ ପହଁଚିଲେ। ଗ୍ରାମର କିଛି ଲୋକଙ୍କ ନିର୍ଦେଶକ୍ରମେ ସେ ପଂଚାୟତର ସଙ୍ଗରୋଧ କେନ୍ଦ୍ରକୁ ଯାଇଥିଲେ କିନ୍ତୁ ସେଠାରେ କିଛି ସୁବିଧା ନଥିବାରୁ (ଲାଇଟ, ବେଡ଼, ଖାଦ୍ୟ ପାନୀୟ) ସେ ଆସି ନିଜ ଘରେ ସଂଗରୋଧରେ ରହିଥିଲେ।
୧୫ଦିନ ସଂଗରୋଧରେ ରହିବା ପରେ ସେ ମଧୁବନସ୍ଥିତ ଡାକ୍ତରଖାନାକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇ କୌଣସି ଲକ୍ଷଣ ନଥିବାର ଜାଣିବାରୁ , ଗ୍ରାମଦେବତୀ ଓ ଶିବ ମନ୍ଦିର ରେ ପୂଜା କରି ନଡ଼ିଆ, କଦଳୀ, ଛେନା ଓ ଗୁଡ଼ର ଭୋଗ କରି କିଛି ଲୋକଙ୍କୁ ନିଜ ହାତରେ ଖାଇବାକୁ ଦେଇଥିଲେ ଏବଂ ଗ୍ରାମର କିଛି ନିଜ ଲୋକଙ୍କ ଘରକୁ ମଧ୍ୟ ଗସ୍ତ କରିଥିଲେ।
ପରେ ସରକାରଙ୍କ ତରଫରୁ ସମସ୍ତ କଲିକତା ଫେରନ୍ତାଙ୍କୁ ପୁନଶ୍ଚ ସଂଗରୋଧ କେନ୍ଦ୍ରକୁ ପଠାଯାଇଥିଲା ବେଳେ ସେ ମଧ୍ୟ ଯାଇଥିଲେ।
ଦୀର୍ଘ ୪୦ଦିନ ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣା ପଡିବାରୁ ତାଙ୍କୁ ପ୍ରଶାସନ ତରଫରୁ ଟାଟା ମେମୋରିଆଲ କୋଭିଡ଼ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଗଲା।
ବଡ କଥା ହେଉଛି ଭୋଗ ଖାଇଥିବା ଗ୍ରାମର ପ୍ରାୟ ୩୦-୪୦ଜଣ ଛୋଟପିଲା, ବୃଦ୍ଧ ଓ ଯୁବକ ମାନେ ପ୍ରଶାସନର ନିର୍ଦେଶ କ୍ରମେ ରାତି ପ୍ରାୟ ୧୨ଟା ସମୟରେ ପଂଚାୟତର ସଙ୍ଗରୋଧ କେନ୍ଦ୍ରରେ ସଂଗରୋଧରେ ରହିବା ପାଇଁ ଯାଇଛନ୍ତି।
ଏବେ ଅପେକ୍ଷା ଏମାନଙ୍କର ସ୍ୱାବ ପରୀକ୍ଷାର ଫଳକୁ!!

Related Posts

About The Author

Add Comment