କୃଷକ ଘର ଛାତ୍ରୀ ହେଲେ କଲେଜ ଟପର

Spread the love

ଭୋଗରାଇ, (ସନ୍ଧାନ ନିଉଜ) କୃଷକ ଘର ଛାତ୍ରୀ ହେଲେ କଲେଜ ଟପର ଚଳିତ ବର୍ଷ ଯୁକ୍ତ ଦୁଇ ର କଳା ପରୀକ୍ଷା ର ଫଳା ଫଳ ପ୍ରକାଶ ପାଇଛି ସେଥିମଧ୍ୟରୁ ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡା  ଆନନ୍ଦମୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପାସ ହାର 66.66ଥିବା  ବେଳେ ଏହି କଲେଜ ରୁ ସମୁଦାୟ 150ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ର 9ଜଣ ଦ୍ୱିତୀୟ ଶ୍ରେଣୀ ର 9ଜଣ ଏବଂ ତୃତୀୟ ଶ୍ରେଣୀ ର 52ଜଣ ଛାତ୍ରୀ କୃତିକାର୍ଯ୍ୟ କରିଛନ୍ତି ସେଥିମଧ୍ୟରୁ ଉଲୁଡ଼ା ଗ୍ରାମ ର ଚାଷୀ ସୁବଲ ପ୍ରଧାନ ଓ ଗୃହିଣୀ ପୁଷ୍ପଲତା ପ୍ରଧାନଙ୍କ ଝିଅ ଶୁଚିସ୍ମିତା ପ୍ରଧାନ କଲେଜ ର ସର୍ବାଧିକ 464ମାର୍କ ରଖି କଲେଜ ରେ ଟପର ହେଇଛନ୍ତି ସେ ତାଙ୍କର ଏହି ସଫଳତା ପାଇଁ ତାଙ୍କ ପିତା ମାତା ଏବଂ କଲେଜ  ସାଇ ଟୁଇଟରିଆଲ କୋଚିଂ ସେଣ୍ଟର ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ତାଙ୍କର ସେୟ ପ୍ରଦାନ କରିଛନ୍ତି ବିଶେଷ କରି ନାଚିନ୍ଦ! ଗ୍ରାମ  ରେ ଗଠିତ ହେଇଥିବା ସାଇ ଟୁଇଟରିଆଲ କୋଚିଂ ସେଣ୍ଟର ର ଉନ୍ନତ ମାନର ଶିକ୍ଷାଦାନ ଯୋଗୁଁ ଏହି ସଫଳତା ବୋଲି ସେ ପ୍ରକାଶ କରିଥିଲେ ଏବଂ ସେ ଆଗକୁ ଏକ ଆଦର୍ଶ ଶିକ୍ଷୟତ୍ରୀ ହେବେ ବୋଲି ଲକ୍ଷ୍ୟ  ରଖିଛନ୍ତି ବୋଲି ପ୍ରକାଶ କରିଥିଲେ ସେହିପରି କୋଚିଂ ସେଣ୍ଟର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ବିଶେଷ କରି ସେ ଜଣେ କୃଷକ ଘର ଝିଅ ହେଇଥିବାରୁ ତାଙ୍କର ଏଇ ସଫଳତା ପାଇଁ ସେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲିଟିଛନ୍ତି

Related Posts

About The Author

Add Comment