କଟକ ,୨୨/୧୦/୨୦୨୨ (ସନ୍ଧାନ ନିଉଜ) : କଟକ ସଦର ଅନ୍ତର୍ଗତ ବରଦା ପଞ୍ଚାୟତର ଓଡ଼ିଶା ପ୍ରଶାସନିକ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ଦୁଇ ମେଧା ଛାତ୍ରୀଙ୍କୁ ଉତ୍କଳ ବିକାଶ ପରିଷଦ(ଉବିପ) କର୍ମକର୍ତ୍ତା ମାନେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଶଗଡ଼ି ଗ୍ରାମର କୁଇନା ଜେନା, ଶଗଡ଼ି ଗ୍ରାମର ପଲ୍ଲବୀ ପ୍ରିୟଦର୍ଶିନୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଛା ଜଣାଇ ଛନ୍ତି । ଏହି ସମ୍ବର୍ଧନା ପର୍ବରେ ପରିଷଦ ସଭ୍ୟ ସମାଜସେବୀ ବିମଳ ପଣ୍ଡା,ସଞ୍ଜୟ ସାହୁ, ଅନନ୍ତ ନାଥ, ସରୋଜ ବାରିକ,ସଞ୍ଜୟ ସେଠୀ, ଲକ୍ଷ୍ମୀଧର ଜେନା,ଆଲୋକ ଜେନା, ଶିବ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉତ୍କଳ ବିକାଶ ପରିଷଦ ସଭାପତି ଯୁବ ସମାଜସେବୀ ତଥା ବିଶିଷ୍ଟ ସ୍ତମ୍ବ କାର ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଦୁଇ କୃତୀଛାତ୍ରୀଙ୍କ ଉତ୍ତରୋତ୍ତର କାମନା କରିବାସହ ସଦର ମାଟିରେ ଶିକ୍ଷାର ବିକାଶ ଦିଗରେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ।
କୃତୀ ବିଦ୍ୟାର୍ଥୀଙ୍କୁ ପ୍ରବାସରୁ ଶୁଭେଚ୍ଛା ଜଣାଇଲେ ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର
|
October 22, 2022 |
