କୂଳ ଲଂଘୁଚି ସମୁଦ୍ର

Spread the love

ପୁରୀ, ୦୮/୦୬/୨୦ (ସନ୍ଧାନ ନିଉଜ) : ଗତ କିଛି ଦିନ ଧରି ସମୁଦ୍ର କୂଳ ଲଂଘୁଥିବା ଦେଖାଯାଉଛି। କିଛି ଦିନ ଧରି ଉଚ୍ଚ ଜୁଆର ସହ ଭୟଙ୍କର ହେଉଛି ସମୁଦ୍ର। ଜୁଆର ମାଡ ରେ ବାଲି ଅତଡା ଖସିବା ସହ ପ୍ରାୟ ୩୦ ଫୁଟ କୁଳ ଖାଇଯାଇଥିବା ଦେଖାଯାଏ। ଏନେଇ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ଭୟ ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ପ୍ରତ୍ୟେକ ବର୍ଷ ସ୍ୱର୍ଗଦ୍ୱାର ଅଂଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଦୀଗ ବାରେଣୀ ସମ୍ମୁଖ ବେଳାଭୂମୀରେ ଦେଖିବାକୁ ମିଳିଛି ଏପ୍ରକାର ଦୃଶ୍ୟ। ବାତ୍ୟା ଅମ୍ପନ ର କିଛିଦିନ ପରେ ଏପରି କୁଳ ଲଂଘୁଚି ସମୁଦ୍ର। ଗତ କିଛିଦିନ ହେବ ଜୁଆରର ମାତ୍ରା ଅଧିକ ରହିଥିବା ବେଳେ ୨ ଦିନ ହେବ ପ୍ରାୟ ୩୦ ଫୁଟ ଅଂଚଳରୁ ବାଲି ଅତଡା ଧସୁଥିବା ଦେଖାଯାଏ। ଏନେଇ ବ୍ୟବସାୟୀ ମାନେ ଚିନ୍ତା ରେ ରହିଛନ୍ତି। କରୋନା ପାଇଁ ବେଳାଭୂମୀ ରେ କୌଣସି ପର୍ଯ୍ୟଟକଙ୍କ ଦେଖା ନାହିଁ। ଏବଂ ବେଳାଭୂମୀ ର ବାଲି ଉପରେ ଶହ ଶହ କ୍ଷୁଦ୍ର ବ୍ୟବସାୟୀ ନିଜର ବ୍ୟବସାୟ ଖୋଲି ପରିବାର ପୋଷଣ କରୁଥିଲେ। କିନ୍ତୁ କରୋନା ଯୋଗୁଁ ସମସ୍ତ ଦୋକାନ ବନ୍ଦ ରହିଛି। ଯଦ୍ୱାରା ବ୍ୟବସାୟୀ ମାନେ ସେମାନଙ୍କର ପରିବାର ଭରଣ ପୋଷଣ କରିବାନେଇ ଚିନ୍ତା ରେ ପଡିଯାଇଛନ୍ତି।

Related Posts

About The Author

Add Comment