କୂଟନୈତିକ ଓ ବାଣିଜ୍ୟିକ ସଂପର୍କ ଛିନ୍ନ କଲା ପାକିସ୍ତାନ

Spread the love

ଇସ୍ଲାମାବାଦ, ୭/୮ (ସନ୍ଧାନ ନିଉଜ) : ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ତାହାର ଜବାବରେ ପାକିସ୍ତାନ ସରକାର କେତେକ ପଦକ୍ଷେପ ନେଇଛନ୍ତି । ଆଜି ବସିଥିବା ପାକିସ୍ତାନର ନ୍ୟାସନାଲ ସିକ୍ୟୁରିଟି କମିଟିର ବୈଠକପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁସାରେ ପାକିସ୍ତାନ ଭାରତ ସହିତ ନିଜର କୂଟନୈତିକ ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି । ଏହା ସହି

ଆହୁରି ମଧ୍ୟ  ଭାରତ ସହ ଦ୍ୱିପାକ୍ଷିକ ସଂପର୍କକୁ ଛିନ୍ନ କରାଯିବ ବୋଲି ସ୍ଥିର ହୋଇଥିବା ଜଣାଯାଇଛି । କାଶ୍ମୀରରେ ଭାରତର ପଦକ୍ଷେପ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦରେ ପ୍ରସଙ୍ଗ ଉଠାଯିବ । ଅନ୍ୟପକ୍ଷରେ ଅଗଷ୍ଟ ୧୪ ପାକିସ୍ତାନ ସ୍ୱାଧୀନତା ଦିବସକୁ କାଶ୍ମୀରବାସୀଙ୍କ ସମର୍ଥନ ଦିବସ ଭାବେ ପାଳନ କରାଯିବ । ସେହିପରି ଭାରତର ସ୍ୱାଧିନତା ଦିବସ ଅଗଷ୍ଟ ୧୫କୁ କଳା ଦିବସ ଭାବେ ପାଳନ କରାଯିବ । ଏହା ସହିତ ଭାରତୀୟ ବିମାନ ପାଇଁ ପାକିସ୍ତାନ ବାୟୁସୀମାକୁ ବନ୍ଦ କରିଦିଆଯିବ ।

ପାକିସ୍ତାନ ଭାରତୀୟ ଦୂତାବାସ ବନ୍ଦ କରିବାକୁ ନିଷ୍ପତ୍ତି ନେବା ସହ ଭାରତୀୟ ରାଜଦୂତଙ୍କୁ ବରଖାସ୍ତ କରିଛି।  ଫଳରେ ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ବନ୍ଦ ହେବା ସହ ରାଜଦୂତ ଓ ଅନ୍ୟ ବରିଷ୍ଠ କର୍ମଚାରୀ ଭାରତ ଫେରିଆସିବେ।ତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି ।

Related Posts

About The Author

Add Comment