ମହାରାଷ୍ଟ୍ର, ୨୯/୧/୨୦ (ସନ୍ଧାନ ନିଉଜ) : ମହାରାଷ୍ଟ୍ର ର ନାସିକ ନିକଟସ୍ଥ ମାଲେଗାଁଓରେ ଏକ ଯାତ୍ରୀବାହି ବସ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ତେବେ ସ୍ଥାନୀୟ ଲୋକଙ୍କ କହିଛନ୍ତି ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
କୂଅ ଭିତରେ ବସ୍ ଖସି ୭ ମୃତ
|
January 29, 2020 |
![](https://sandhannews.com/wp-content/uploads/2018/10/sandhan-222.jpg)