ଯାଜପୁର, ୧୪ା୦୪(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଥିବା ବେଳେ, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା କୁସୁପୁର ଗ୍ରାମର ବିବାଦ ଘରରେ ଦିର୍ଘଦିନ ହେଲା ଦୁଇ ଭାଈଙ୍କ ମଧ୍ୟରେ ଶତୃତା ଲାଗି ରହିଥିବା ଘଟଣା ହତ୍ୟାକାଣ୍ଡର ଉନ୍ମୋଚନ ପରଦା ହଟିବାକୁ ଯାଉଥିବା ବେଳେ, ୫ଜଣଙ୍କୁ ନିର୍ମମ ଭାବେ ଶିବ ହତ୍ୟା କରି ଅଲେଖ ସାହୁଙ୍କ ପରିବାରକୁ ହତ୍ୟା କୁଣ୍ଡରେ ଆହୁତି ଦେଇଥିବା ହତ୍ୟାକାରୀ ନୃସଂଶ ଶିବ ସାହୁ ୫ଜଣଙ୍କୁ କିପରି ହତ୍ୟାକଲା । ପେସାରେ ଜଣେ ଡ୍ରାଇଭର ଥିବା ବେଳେ, ସାମନ୍ୟ ସୋଉଚ ଘଟଣାକୁ ନେଇ ହତ୍ୟା ଘଟଣା ଯାଜପୁର ଏବଂ କଟକ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ, ଅଭିଯୁକ୍ତ ଶିବ ସାହୁଙ୍କ ସ୍ତ୍ରୀଙ୍କ ବୟାନକୁ ଭିତ୍ତିକରି ଆହୁରି ଏହି ହତ୍ୟାକାଣ୍ଡ ରହସ୍ୟମୟ ହେଉଥିବା ଦେଖିବାକୁ ମିଳିଚି । ଅଲେଖ ସାହୁଙ୍କ ଶବ ଏବଂ ତାଙ୍କ ପରିବାରଙ୍କ ଶବ କଟକ ମେଡିକାଲରେ ଶବ ବ୍ୟବିଚ୍ଛେଦ କରାଯାଇଥିବା ବେଳେ, ଏହି ହତ୍ୟାକାଣ୍ଡର ପରଦା ଉଠିବା ସହିତ ସଦର ଏସପି ଯୁଗଳ କିଶୋର ଦେଇଥିବା ସୂଚନା ଏବଂ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ସୂଚନା ଆଧାରରେ ହତ୍ୟାକାରୀ ଶିବ ସାହୁ ଅଲେଖଙ୍କ ପରିବାରକୁ ହତ୍ୟାକରି ସାଇକେଲରେ ଯାଇ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିବା ବଡ଼ ବିସ୍ମୟ କରିଚି । ଏକାଧାରରେ ୫ଜଣଙ୍କୁ ଶିବ ସାହୁ ବିଳମ୍ବିତ ରାତିରେ ହତ୍ୟାକରିବା ଏବଂ ନିଜ ସ୍ତ୍ରୀକୁ ଘର ଭିତରେ ରଖି କବାଟ ବନ୍ଦ କରିବା ଅଲେଖଙ୍କ ଘର ଭିତରେ ପଶି ହତ୍ୟା କରିବା ଅଲେଖ ସାହୁଙ୍କ ଘର ଆଗପଟରୁ ଚାବି ପକାଇ ଥାନାକୁ ଯିବା ଏବଂ ଅଲେଖା ସାହୁଙ୍କ ଦୋକାନ ଘର ଖୋଲା ନଯିବାରୁ ପଡ଼ୋଶୀ ସନ୍ଦେହ କରିବା, ହତ୍ୟାକାୀ ଶିବ ସାହୁ ମୋବାଇଲ ଭିଡ଼ିଓ କରି ସୂଚନା ଦେବା ଆସାମୀ ଶିବ ସାହୁଙ୍କୁ ସାଲେପୁର କୋର୍ଟରେ ହାଜର କରାଯାଇଥିବା ବେଳେ, ବାଲିଚନ୍ଦ୍ରପୁର ପୋଲିସ ଶିବକୁ ୫ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ବେଳେ, ମାନ୍ୟବର କୋର୍ଟ ରିମାଣ୍ଡ ୩ ଦିନ ପାଇଁ ଅନୁମତି ଦେଇଥିବା ଗୁରବାରଦିନ ଆଜି ରିମାଣ୍ଡରେ ଯାଉଥିବା ବେଳେ, ଏଠାରେ ସୂଚନା ଯୋଗ୍ୟ ଯେ,ହତ୍ୟାକାଣ୍ଡ ସମ୍ପର୍କରେ ଶିବ ସାହୁଙ୍କ ସ୍ତ୍ରୀ ସୁନିତା ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିବା ସମ୍ପର୍କରେ ଦିର୍ଘ ଦିନ ହେଲା ଦୁଇ ପରିବାରଙ୍କ ମଧ୍ୟରେ ଜମିଜମାକୁ କେନ୍ଦ୍ରକରି ତିକ୍ତତା ଲାଗି ରହିଥିଲା । ମଙ୍ଗଳବାର ଦିନ ହତ୍ୟାକାରୀ ଶିବ ସାହୁ ଅଲେଖ ସାହୁଙ୍କୁ ଘର ଚାବି ମାଗିଥିବା ବେଳେ, ଅଲେଖ ଚାବି ନଦେବାରୁ ଦୁଇ ଭାଈଙ୍କ ମଧ୍ୟରେ ବଚସା ହୋଇଥିଲା । ଅଲେଖର ପରିବାର ଶିବକୁ ମାଡ଼ ମାରିବା ସହିତ ଶିବ ନିଜ ଘରକୁ ଚାଲିଯାଇଥିଲା । ଏବଂ ଏହାର କିଛି ସମୟ ପରେ ସୋଉଚ ହେବାକୁ ସୁନିତା ଥିବାର ଘର କବାଟକୁ ବନ୍ଦ କରି ବଡ଼ ଭାଈ ଅଲେଖ ଘରକୁ ଯାଇଥିଲା । ଶିବ ଓ ଅଲେଖଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୁପ ନେଇଥିଲା । ସୁନିତା ଘର ମଧ୍ୟରେ ପାଟି କରିବାରୁ ବାହାର ପଟୁ ଶିବ କବାଟ ବନ୍ଦ କରିଦେଇଥିବା ସୁନିତା ଘଟଣା ସ୍ଥଳକୁ ଯାଇ ପାରିନଥିଲା । ଶିବ ବଡ଼ ଭାଈ ଅଲେଖ ସାହୁ, ଭାଉଜ, ଦୁଇ ପୁତୁରା ଏବଂ ଝିଆରୀକୁ ହତ୍ୟା କରିଥିବା ବାଲିଚନ୍ଦ୍ରପୁର ଥାନରେ ସ୍ୱୀକାର କରିଥିବା ବେଳେ, ଏହି ହତ୍ୟାକାଣ୍ଡରେ ଶିବ ସମ୍ପୃକ୍ତ ଅଛିନା ଅନ୍ୟ କୌଣସି ବ୍ୟକ୍ତି ଏଥିରେ ସମ୍ପୃକ୍ତ ରହିଛନ୍ତି । ଶିବ ଏକା ହତ୍ୟା କରିଚି ବୋଲି ଶିବର ସ୍ତ୍ରୀ ସୁନିତା ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଚି । ଘର ମଧ୍ୟରେ ଶିବର ସ୍ତ୍ରୀ ସୁନିତା ରହିଥିବା ବେଳେ, ବଡ଼ପାଟିରେ ଚିତ୍କାର କରୁଥିବା ସୁନିତା କିପରି କାହା କାନରେ ବାଜିଲା ନାହିଁ ଏହା ସନ୍ଦେହ ଘେରରେ ରହିଚି । ଅକେଳ ଘର ନିକରେ କେତେକ ପଡ଼ୋଶୀ ରହିଥିବା ବେଳେ, କିପରି ହତ୍ୟାକାଣ୍ଡର ସୁରାଗ ପାଇଲେ ନାହିଁ ସନ୍ଧେହ ପରିଶରରେ ରହିଚି । ହତ୍ୟାକାରୀ ଶିବ ହତ୍ୟା କରିଥିବା କଟୁରିକୁ କଟକ ସଦର ପୋଲିସ ଜବତ କରିବା ସହିତ ୩ ଦିନିଆ ରିମାଣ୍ଡରେ ନେଇ ପୋଲିସ ପଚରା ଉଚରା କରୁଚି । ରିପୋର୍ଟ ଲେଖା ହେବା ବେଳକୁ ପୋଲିସ ତଦନ୍ତ ଜାରି ରଖିଚି । ମୃତ ଅଲେଖ ସାହୁଙ୍କ ଶାଶୁ ରିନା ପୃଷ୍ଟି ଗଣମାଧ୍ୟମରେ ପ୍ରକାସ କରିଛନ୍ତି । ଏହି ଘଟଣାରେ ଶିବର ସ୍ତ୍ରୀ ସୁନିତାର ହାତ ରହିଥିବା ସନ୍ଦେହ ଆସୁଚି । ମୃତ ଅଲେଖଙ୍କ ଶାଶୁ ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ।
କୁସୁପୁର ହତ୍ୟା ଘଟଣା ସନ୍ଧେହ ଘେରରେ, ହତ୍ୟାକାରୀ ଶିବକୁ ରିମାଣ୍ଡରେ ଆଣିଲା ପୋଲିସ
|
April 14, 2022 |