ସୁନ୍ଦରଗଡ଼, ୨୮/୪/୨୦୨୧ (ସନ୍ଧାନନିଉଜ/ରାଜୁ ପଟେଲ) : ସବଡେଗା ବ୍ଲକ ଅନ୍ତର୍ଗତ କୁରୁମକେଲ ପଞ୍ଚାୟତର କୁରୁମକେଲ ଗ୍ରାମରେ ଗ୍ରୀଷ୍ମ ଦିନରେ ପାନୀୟ ଜଳର ଅଭାବନୀୟ ଦୃଶ୍ୟ ଦେଖୁବକୁ ମିଳିଛି । ଗ୍ରାମରେ ମାତ୍ର ତିନୋଟି ନଳକୂପ ଥିବାବେଳେ ଗୋଟିଏ ନଳକୂପ ଅଚଳ ଅବସ୍ଥାରେ ପଡିରହିଛି । ଗାଁ ଲୋକେ କେତେକ କୂଅ ଉପରେ ନିର୍ଭର କରୁଥିବା ଜଣାପଡିଛି ଯାହା ଶୁଖିଲା ଅବସ୍ଥା ହେବାକୁ ବସିଲାଣି । ଏହି ସମୟରେ ପଞ୍ଚାୟତ ତରଫରୁ ପାନୀୟ ସୁବିଧା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡିଶା ତରଫରୁ ଏକ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପରେ ସମସ୍ତ ପାଇପ ଲାଇନ ସମ୍ପୂର୍ଣ ଭାବେ ବିଛାଯାଇ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।ଏହା ୧୦୦୦୦୦ ଲିଟର କ୍ଷମତା ବିଶିଷ୍ଟ ଜଳ ଭଣ୍ଡାର ସମ୍ପନ୍ନ କରାଯାଇ ତାହା କିପରି କାର୍ଯ୍ୟ କରିବ ତାହା ପରୀକ୍ଷା କରାଯାଇଥିଲା ।ମାତ୍ର ଏବେ ଯାଏ ମଧ୍ୟ ଟାଙ୍କିର ସିଡ଼ି କାର୍ଯ୍ୟ ସମ୍ପନ୍ନ ନ ହେବା ସହିତ ପାନୀୟ ଜଳ କାର୍ଯ୍ୟକାରୀ ହୋଇପାରି ନ ଥିବା ସୂତ୍ରରୁ ଜଣାପଡ଼ିଛି। ପଂଚାୟତ ସରପଞ୍ଚଙ୍କୁ ପଚାରାଜିବାରୁ ପ୍ରକଳ୍ପଟି ପଞ୍ଚାୟତକୁ ହସ୍ତାନ୍ତର ହୋଇ ନ ଥିବା ସୂଚନା ଦେଇଛନ୍ତି ଗ୍ରୀଷ୍ମ ଦିନରେ ପାନୀୟ ଜଳର ଅଭାବ ପାଇଁ ଯଦି ପଞ୍ଚାୟତ ତରଫରୁ କିଛି କଡା ପଦକ୍ଷେପ ନ ନିୟାଗଲେ ଆଗତଦିନରେ ସ୍ଥିତି ଅସମ୍ଭାଳ ହେବାର ଅନୁମାନ କରାଯାଉଛି ।
କୁରୁମକେଲ ପଞ୍ଚାୟତ ରେ ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗର ଜଳ ଭଣ୍ଡାର ଅଚଳ
|
April 28, 2021 |