ସୁନ୍ଦରଗଡ, ୨୫/୭/୨୦୨୧ ( ସନ୍ଧ୍ୟାନ ନିଉଜ/ ରାଜୁ ପଟେଲ ) ସବଡେଗା ବ୍ଲକ ଅନ୍ତର୍ଗତ କୁରୁମକେଲ ଗ୍ରାମରେ ଦେଶୀ ମଦର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତିଦିନ ଦେଶୀ ମଦ ପିଇ ଅଞ୍ଚଳରେ ଅନେକ ଲୋକ ରାସ୍ତାରେ ଗଡ଼ିବାର ଦେଖିବାକୁ ମିଳୁଛି । ଗ୍ରାମରେ ଦୁଇଟି ମଦ ଭାଟି ରହିଥିବାର ସୂଚନା ଥିବାବେଳେ ସେମାନେ ବିନା ଭୟରେ ଦିନ ରାତି ମଦ ବିକ୍ରିକରୁଥିବାର ଜଣା ପଡ଼ିଛି । କରୋନା ମହାମାରୀରର ଦୁଃଖଦ ସମୟ ଚାଲିଥିବା ବେଳେ ମଦ ବେପାରିମାନେ ନିଜ ସ୍ୱାର୍ଥପାଇଁ ଜନସାଧରଣଙ୍କୁ ଅସୁବିଧାରେ ପକାଇବା ବୁଦ୍ଧିଜୀବୀ ମହଲରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ମଦ ପାଇଁ ଭାଟିରେ ଅନିୟନ୍ତ୍ରିତ ଭିଡ଼ ରହୁଥିବାରୁ ଅଞ୍ଚଳବାସୀ ଅନେକାଂଶରେ ଭୟଭୀତ ରହିବା ସହିତ ଆଗାମୀ ଦିନରେ ଜନ ସମାଜ ଉପରେ ଏହାର ବିଶେଷ ପ୍ରଭାବିତ ହେବ ବୋଲି ଚିନ୍ତାର ବିଷୟ ପାଲଟିଛି । ପ୍ରତିଦିନ ସନ୍ଧ୍ୟାରେ ଦେଶୀ ମଦର ପ୍ରକୋପରେ ନିଶାସକ୍ତ ହୋଇ ମଦ୍ୟପ ମାନେ ନିଜେ ଦୁର୍ଘଟଣାର ଶିକାର ହେବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କୁ ମଧ୍ୟ ଦୁର୍ଘଟଣାର ଶିକାର ହେବାପାଇଁ ବାଧ୍ୟ କରାଉଛନ୍ତି । ମଦ ପିଇ ଘରକୁ ଯାଇ ନିଜ ନିରୀହ ସ୍ତ୍ରୀ ପିଲା କୁ ବାଡିଆ ବଡେଇ କରିବା ଘଟଣା ନୀତିଦିନର ହୋଇଗଲାଣି । ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ବୋଲି ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।
କୁରୁମକେଲ ଗ୍ରାମରେ ଦେଶୀ ମଦର ସୁଅ
|
July 25, 2021 |