ଯାଜପୁର, ୦୭/୧୧/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ଉଦୟନାଥପୁରର ଦଳିତ ସାହିର ଦୁଇ ଭାଈ ଚିଙ୍ଗୁଡ଼ିଆ ନାଳ କହରାଗଣ୍ଡକୁ ମାଛ ମାରିବାକୁ ଯାଇଥିବା ବେଳେ, ବଡ଼ ଭାଈ ସୌମ୍ୟରଂଜନକୁ କୁମ୍ଭୀର ଅଥଳ ପାଣିକୁ ଟାଣି ନେଇଯାଇଥିଲା । ଅଗ୍ନିଶ୍ରମ ବାହିନୀ ବୋହୁ ଖୋଜା ଖୋଜି କରିବାପରେ ସୌମ୍ୟରଂଜନର କୌଣସି ପତ୍ତ ମିଳିନଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ସୌମ୍ୟରଂଜନର ଶବ ବିଞ୍ଝାରପୁର ଥାନା ଅନ୍ତର୍ଗତ ଡିହବାରିଙ୍ଗି ଅଞ୍ଚଳରେ କେତେକ ଲୋକ ନଦୀକୁ ଯାଇଥିବା ବେଳେ, ନଦୀ ମଧ୍ୟରେ ଏହି ନଦୀ ମଧ୍ୟରେ ଏହି ଚିଙ୍ଗୁଡିଆ ନାଳରେ ଏକ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ଏନେଇ ବିଞ୍ଝାପୁର ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ବିଞ୍ଝାରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚô ସୌମ୍ୟ ରଂଜନଙ୍କ ଶବକୁ ଚିହ୍ନଟ କରି ପୋଷ୍ଟବଟମ ପାଇଁ ଯାଜପୁର ପଠାଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଦୁଇ ଦିନ ପରେ କହରାଗଣ୍ଡ ଗ୍ରାମର ୨୫ବର୍ଷିୟ ଯୁବକ ନିଜ ସାନଭାଈ ସହିତ ଚିଙ୍ଗୁଡ଼ିଆ ନାଳକୁ ମାଛ ଧରିବାକୁ ଯାଇଥିବା ବେଳେ, ସୌମ୍ୟକୁ ଏକ ବିରାଟ କୁମ୍ଭୀର ନଦୀକୁ ଟାଣି ନେଇଯାଇଥିଲା । ବିଞ୍ଝାପୁର ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ, ସୌମ୍ୟଙ୍କ ମୃତୁ୍ୟରେ ଉଦୟନାଥପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ, ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିବା ଜଣାଯାଇଚି । ବରୀ ବିଧାୟୀକା ସୁନନ୍ଦା ଦାସ ସୌମ୍ୟଙ୍କ ପରିବାରକୁ ସାନ୍ୱୋନା ଦେବା ସହିତ ୧୦ହଜାର ଟଙ୍କା ଆର୍ଥିକ ସହାୟତା ସାହାଯ୍ୟ ଦେଇଥିବା ଜଣାଯାଇଚି ।
କୁମ୍ଭୀର ଆକ୍ରମଣରେ ମୃତ ଯୁବକର ଶବ ମିଳିଲା
|
November 7, 2021 |