ରାୟଗଡ଼ା, ୨୯/୦୧/୨୦୧୨ (ସନ୍ଧାନ ନିଉଜ) ରାୟଗଡ଼ା ବିଇଓ ଅଫିସ୍ରେ କାର୍ଯ୍ଯରତ ଶିକ୍ଷକ ଶିଶିର ସେମେଳି କୁବେର ଲକ୍ଷାଧିକ ଟଙ୍କାର ଅଧିକାରୀ ।
ଆଜି ସକାଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ସମୟ ଧରି ଭିଜିଲାନ୍ସ ଚଢାଉ କରିଥିବା ବେଳେ ମୋଟ ୪ କୋଟି ୭୩ ଲକ୍ଷ ୮୭ ହଜାର ଟଙ୍କାର ସଂପତ୍ତି ଠାବ ହୋଇଛି । ଏହା ଛଡ଼ା ୫ଟି କୋଠାର ମୂଲ୍ୟ ୪ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି ।
ଦୋରାଗୁଡ଼ା ଥାନା ନୂଆପଡ଼ା ଛକରେ ରହିଛି ସମସ୍ତ ୫ଟି କୋଠା । ଇନୋଭା କାର,ବୋଲେରୋ ମୂଲ୍ୟ ୧୯ ଲକ୍ଷ ୫୦ ହଜାର ଟଙ୍କା ହେବ । ୧୨ ଳକ୍ଷର ସୁନା ,୨୨ଲକ୍ଷ ବ୍ୟାଙ୍କ ଜମା ମଧ୍ୟ ଠାବ କରିଛି ଭିଜିଲାନ୍ସ ।
ଏହା ପରେ ବି ଶିଶିର ସେମେଳି ନିଜ ପ୍ରତିକ୍ରିୟାରେ ସୁଚନା ଦେଇଛନ୍ତି ଯେ କିଛି ମିଥ୍ୟା ଅଧାରରେ ଭିଜିଲାନ୍ସର ରେଡ଼୍ ଚାଲିଛି । ଏଥିରେ କୌଣସି ପ୍ରକାର ଠକାମୀ ହୋଇନାହିଁ । ଏହା ସବୁ ନଷ୍ଟ ଅର୍ଜିତ ସମ୍ପତ୍ତି ଅଟେ ।