କୁନ୍ଦଳ ପଞ୍ଚାୟତରେ ସୌଭାଗ୍ୟ ଯୋଜନା ଦିଗହରା, ଠିକାଦାରଙ୍କ ପକେଟରେ ପସିଛି ଗରିବଙ୍କ ଅର୍ଥରାଶି

Spread the love

ବଡଚଣା, (ସନ୍ଧାନ ନିୟୁଜ/ମାନସ ରାଉତ): ବଡଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ପଞ୍ଚାୟତର ୩ନମ୍ବର ୱାର୍ଡରେ ସୌଭାଗ୍ୟ ଯୋଜନା ଦିଗହରା ହୋଇଥିବା ଜଣାଯାଇଛି । ଏପରକି ଗରିବଙ୍କ ପାଇଁ ଏହି ଯୋଜନା କରାଯାଇଥିବା ବେଳେ ଏହାର ଅର୍ଥରାଶିକୁ ଠିକାଦାର ହଡପ କରି ନିଜ ପକେଟ ଫୁଲ କରିଛି । ୱାର୍ଡବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ୱାର୍ଡରେ ସାତଶହରୁ ଉର୍ଦ୍ଧ ଲୋକବାସ କରୁଥିବା ବେଳେ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର । କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସୁବିଧାରେ ବିଦୁ୍ୟତ ସଂଯୋଗ ଲକ୍ଷ୍ୟରେ ସୌଭାଗ୍ୟ ଯୋଜନା ମାଧ୍ୟମରେ ବିଦୁ୍ୟତ ଯୋଗାଇ ଦେଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ଦାୟୀତ୍ୱ ହୀନତା ଓ ମନମୁଖି କାର୍ଯ୍ୟପାଇଁ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି ତିନି ନମ୍ବର ୱାର୍ଡବାସୀ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ବିଭାଗୀୟ ଏସଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏହି ୱାର୍ଡରେ ଆଉ ଏକ ସମସ୍ୟା ଭାବେ ଛିଡା ହୋଇଛି ପାନୀୟଜଳ, ବିଭାଗ ପକ୍ଷରୁ ବିଦୁ୍ୟତ ସଂଯୋଗ କରାଯାଇନଥିବା ଅଧିକାଂଶ ବୋରୱେଲ ଗୁଡିକ ଏବେ ଅଚଳ ହୋଇପଡିଛି । ବୋର ୱେଲ ଅଚଳ ହେବା ଫଳରେ ପାନୀୟଜଳରୁ ଗ୍ରାମାବାସୀ ବଞ୍ଚିତ ହେଉଥିବା ସେକ ମକବୁଲ,ସେକ ମୁବିନ୍,ସେକ ଇମରାନ,ସେକ ଅନୱାର,ତପନ ବେହେରା,ସେକ ଖଇରାତ,ସେକ ରେହମନ ପ୍ରମୁଖ ଅଭିଯୋଗ କରିଛନ୍ତି । ଏଥିପ୍ରତି ଯାଜପୁର ଜିଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Related Posts

About The Author

Add Comment