ସୁନ୍ଦରଗଡ, ୨୬/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ଭସମା ଥାନା ଅନ୍ତର୍ଗତ କୁଣ୍ଡୁକେଲା ଗ୍ରାମରେ ବାରିକ ମାନଙ୍କ ର ବୈଠକ ବସିଥିଲା ଏହି ବୈଠକରେ ନିଜର ଜୀବିକା ହରାଇଥିବାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ରାଜ୍ୟ ସରକାରଙ୍କର ଲକଡାଉନ ସଟଡାଉନ ଲାଗିରହିଥିବାବେଳେ ଛୋଟ ବଡ଼ ଜୀବିକ ନିର୍ବାହ କରି ଚଳୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ସାମାନ୍ୟ କୋହଳ କରିଥିଲେ ମଧ୍ୟ ବାରିକ ମାନଙ୍କ ଏବେ ମଧ୍ୟ ଅସୁବିଧାର ବାଟ ଫିଟି ନାହିଁ । ଦୀର୍ଘଦିନ ରୁ ଦୋକାନ ବନ୍ଦ ହେବା କାରଣରୁ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୀବିକା ହରାଇଥିବା ଏହି ବାରିକ ମାନେ ସରକାରଙ୍କ ଠାରୁ ଏକ ବିକଳ୍ପ ବାଟ ପାଇଁ ଦାବି କରୁଛନ୍ତି । ଏହାର ପ୍ରତିକାର ପାଇଁ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
କୁଣ୍ଡୁକେଲା ଠାରେ ଜୀବିକା ହରାଇଥିବା ବାରିକ ମାନଙ୍କ ବୈଠକ, ପରିବାର ପ୍ରତିପୋଷଣ ଚିନ୍ତାରେ
|
June 26, 2021 |