କୁଣ୍ଡପାଟଣାରୁ ବନବିଭାଗ ଦ୍ୱାରା ଚୋରା କୋଇଲା ବୋଝେଇ ଗାଡି ଜବତ

Spread the love

ଚଣ୍ଡିଖୋଲ, ୦୧/୦୬ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ ବନ ବିଭାଗ ଏବଂ କଟକ ବନଖଣ୍ଡ ଅଧିକାରୀଙ୍କ ମିଳିତ ଭାବେ ଚଢ଼ାଉ କରି ଏକ ଚୋରା କୋଇଲା ବୋଝେଇ ଗାଡି ଜବତ କରିବା ସହିତ ସେଥିରେ ଥିବା ପ୍ରାୟ ୩କୁଇଂଟାଲ କୋଇଲା ଜବତ କରିଛନ୍ତି । ଏକ ବିଶେଷ ସୁତ୍ରରୁ ଏକ ଟାଟା ଏସି ଗାଡି ନମ୍ବର ଓଆର୦୪ ଏଲ-୨୯୯୮ ନାମକ ଗାଡିରେ ମଧ୍ୟ ରାତ୍ରୀରେ ଜାରକା ଆଡୁ କୁଣ୍ଡପାଟଣାକୁ ଯାଇଥିଲା । ଖବର ପାଇଁ ବନବିଭଗ ଚଣ୍ଡିଖୋଲର ବନପାଳ ଶଶୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ କୁଣ୍ଡପାଟଣା ଗ୍ରାମରେ ଚଢ଼ାଉ କରିଥିଲେ । ସେଠାରୁ ଉକ୍ତ ଗାଡିକୁ ଜବତ କରିଥିଲେ । ସୂଚନା ଥାଉକି ଏହିଭଳି ଚୋରା କୋଇଲା ବୋଝେଇ କାରାବାର ନିଦ୍ଧିଷ୍ଟ ମାଫିଆ ଗୋଷ୍ଠୀ ଦ୍ୱାରା ଚାଲିଆସୁଥିବା ବେଳେ ଦୁଭାଗ୍ୟ ବଶତଃ ଆଜି ଉକ୍ତ ଗାଡିଟି ଧରା ପଡିଯାଇଥିଲା । ଚୋରା କୋଇଲା ଗାଡିର ଚାଳକ ଫେରାର ହୋଇଯାଇଥିବା ବେଳେ ଏହାର ମାଲିକ ମଧ୍ୟ ଫେରାର ହୋଇଯାଇଛି । ଗାଡିଟିର କୌଣସି କାଗଜପତ୍ର ସଠିକ୍ ନଥିବା ଜଣାପଡିଛି ।

Related Posts

About The Author

Add Comment