ସୁନ୍ଦରଗଡ ତା: ୪/୭ ୨୦୨୩( ସନ୍ଧାନ ନିଉଜ): କୁଢ଼କୁଢ଼ ଆବର୍ଜନା ସହିତ ଜୀବନକୁ ନିମିଷେ ବିପଦ,ଏଭଳି ଏକ ଘଟଣା ସାମନା କୁ ଆସିଛି ଯେଉଁଥିରେ ପ୍ରସାସନ ଅଧିକାରୀ ତଥା ଆରକ୍ଷୀ ଅଧିକାରୀ ଚେଇଁ ସୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତଲସରା ନିଁର୍ବାଚନ ମଣ୍ଡଳୀର ତଲସରା ଥାନା ସମ୍ମୁଖରେ ରହିଛି ସରକାରୀ ଉଚ୍ଚ ବିଦ୍ୟାଳୟ। ବିଦ୍ୟାଳୟ ସମ୍ମୁଖ ଭାଗ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ରହିବା ସହିତ ଅନବରତ ପିଇବାପାଣି କଳ ପାଖରେ ପାଣି ଜମିରହି ଅନବରତ ଗନ୍ଧ କାହାରୁଛି। ତା ସହିତ ନିକଟରେ ବିଦ୍ୟୁତ ଟାସ୍ଫର୍ମର ରହିଥିବାରୁ ବର୍ଷା ସମୟରେ ଦୁର୍ଘଟଣା ହେବାର ଅନେକ ଆଶଙ୍କା ରହୁଛି।ଥାନା ସମ୍ମୁଖ ଓ ସ୍କୁଲ ପରିସର ସମ୍ମୁଖ ଭାଗ ଅନବରତ ଆବର୍ଜନାରେ ପରିପୂର୍ଣ୍ଣ ରହୁଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି। ବର୍ଷା ସମୟ ହେବା କାରଣରୁ ପବନ,ପାଣି, ଗଛ ଓ ବିଜୁଳି ଦ୍ବାରା ଅଞ୍ଚଳବାସୀ ସହିତ ଜନସାଧାରଙ୍କ ଜୀବନ ପ୍ରତ୍ୟେକ ମୁହୂର୍ତ୍ତରେ ସଂକଟରେ ରହିଛି । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଅବହେଳା ଥିବାର ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଅତିଶୀଘ୍ର ଏହାର ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଦେଖିବାକୁ ବାକିରହିଲା ଜନସାଧାରଣଙ୍କ ଜୀଵନ ବଞ୍ଚାଇବାକୁ ପ୍ରଶାସନ କେବେ ଆଖି ଖୋଲିବ।
କୁଢ଼କୁଢ଼ ଆବର୍ଜନା ସହିତ ଜୀବନକୁ ନିମିଷେ ବିପଦ
|
July 3, 2023 |
