କୁକୁଡ଼ା ପାଳନ ହେଉଛି ଆଦିବାସୀ ମହିଳାଙ୍କ ବିକଳ୍ପ ଜୀବିକା ।

Spread the love
କୋରାପୁଟ, ୨୭/୬ (ସନ୍ଧାନ ନିଉଜ) : କୋରାପୁଟ ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ।ଏହି ଜିଲ୍ଲାରେ ଆଦିବାସୀ ମହିଳା ମାନଙ୍କ ପାଇଁ ଦୈନନ୍ଦିନ ନିଯୁକ୍ତି ଓ ରୋଜଗାର ଏକ ଦିବା ସ୍ୱପ୍ନ ।ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଖଜୁରିପୁଟ ଗ୍ରାମର ମା ନିଶାଣୀମୁଣ୍ଡା ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ଆଉ ଦଶମନ୍ତପୁର ବ୍ଲକ ର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ର ଗରିବ ଆଦିବାସୀ ମହିଳା ମାନେ ଚଳିତ ବର୍ଷ ITDA, OTELP, CYSD ସଂସ୍ଥା କୋରାପୁଟ ସହାୟତା ରେ ୪ଶହ କୁକୁଡ଼ା ପାଳନ କରି ନିଜର ଜୀବନ ଜୀବିକରେ ଉନ୍ନତି ଆଣିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରକଳ୍ପ ବାବଦକୁ ବିଭିନ୍ନ ଉପକରଣ ଯଥା କୁକୁଡ଼ା ପାଳନ ଗୃହ ମରାମତି,କୁକୁଡ଼ା ଚିଆଁ, କୁକୁଡ଼ା ଦାନା ଓ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ନିମନ୍ତେ ସଂସ୍ଥା ବିଭିନ୍ନ ସଂଗଠନ କୁ ୧ଲକ୍ଷ ୩୭ହଜାର ଟଙ୍କା  ସହାୟତା କରିଥିବା ଜଣାପଡ଼ିଛି ।ଏହି ବିଷୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଙ୍କୁ ପଚାରିବାରୁ ସେମାନେ ଏହି କୁକୁଡ଼ା ପାଳନ କରି ଘର ଚଳାଉଥିବା ପ୍ରକାଶ କରିବା ସହିତ ଆଗାମୀ ଦିନରେ ପୁନର୍ବାର କୁକୁଡ଼ା ପାଳନ କରିବୁ ବୋଲି ପ୍ରକାଶ କରିଛନ୍ତି ।ଏହି ବିଷୟରେ CYSD ର କର୍ମୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ ଙ୍କୁ ପଚାରିବାରୁ ଦଶମନ୍ତପୁର ବ୍ଳକ ରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ ୧୬ଶହ କୁକୁଡ଼ା ପ୍ରଦାନ କରିବା ସହିତ ସେମାନଙ୍କ ରକ୍ଷଣାବେକ୍ଷଣ ଆମ ସଂସ୍ଥା ପକ୍ଷରୁ କରାଯାଉଛି ଏବଂ ଆଗାମୀ ଦିନରେ କୁକୁଡ଼ା ବିକ୍ରିର ବଜାର ଦର କଥା ଆମେ ହିଁ ବୁଝିବୁ ଏବଂ ଅଧିକ ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କୁ ଏହି କୁକୁଡ଼ା ପାଳନ କରିବାରେ ନିୟୋଜିତ କରିବୁ ବୋଲି CYSD ସଂସ୍ଥା ର ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।

Related Posts

About The Author

Add Comment