କୁଆଖିଆ ବଜାର ମଝିରେ ଗାଡ, ଯାତାୟତରେ ବାଧା ମରାମତି ଦାବି

Spread the love

ଯାଜପୁର, ୧୭/୩ (ସନ୍ଧାନ ନିୟୁଜ/ଜେ ରାଉତ) : ରସୁଲପୁର ବ୍ଲକ ଅନ୍ତର୍ଗତ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି କୁଆଖିଆ ବଜାର ମଝିିରେ ଏକ ଗାଡ ସୃଷ୍ଟି ହୋଇଛି । ଫଳରେ ଯାତାୟତରେର ବାଧା ଉପୁଯୁଛି । ଉକ୍ତ ଗାଡର ମରାମତି ପାଇଁ ବ୍ୟବସାୟୀ ସଂଘ, ଲକ୍ଷ୍ମୀନାରାୟଣ ପୂଜା କମିଟିି, ସ୍ଥାନୀୟ ଅଂଚଲର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
ପ୍ରକାଶ ଯେ ୧୬ନଂ ଜାତୀୟ ରାଜପଥରୁ ୨୦ ନମ୍ବର ରାଜପଥ ଦେଇ କୁଆଖିଆ-ବ୍ରହ୍ମବରଦା- ଯାଜପୁରଟାଉନ-ବରୀ ଅଂଚଳକୁ କୁଆଖିଆ ବଜାର ପ୍ରବେଶପଥ ବୋଲି କୁହାଯାଉଛି । ଏହି ରାସ୍ତା ଦେଇ ଦୈନିକ ଶହ ଶହ ଗାଡି ମଟର ଯାତାୟତ କରୁଛି । ଯାତ୍ରିବାହୀ ବସ୍ ଗୁଡିିକରେ ଦୂରଦୂରାନ୍ତରୁ ଲୋକେ ଯାୟାୟତ କରୁଛନ୍ତି । ଏହି ବଜାରର ଓଭର ବ୍ରିଜ୍୍ର ଗୋଲେଇ ଛକ ନିକଟରେ ଏକ ବଡ ଗାଡ ସୃଷ୍ଟି ହେଉଛି । ଏହି ଗାଡରେ ବର୍ଷାଜଳ ଜମି ରହିବା ସମୟରେ ଖାଲକୁ ଠଉରାଇ ନପାରି ବାଇକ୍, ସାଇକେଲ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଖାଲଟି ଛକର ବୁଲାଣିରେ ଥିବାରୁ ବସ୍ ଟ୍ରକ, ମାଲ ବୋଝେଇ ଗାଡିଗୁଡିକ ଚଳାଚଳରେ ବାଧା ଉପୁଯୁଛି । ଖାଲ ସମସ୍ୟାରୁ ଦୂରେଇବା ପାଇଁ ଅଧିକାଂଶ ଗାଡି ଚାଳକ ଟ୍ରାଫିିକ ନିୟମ ଭାଙ୍ଗି ଅନ୍ୟ ଦିଗରେ ବୁଲି ଯାଉଛନ୍ତିି । ଫଳରେ ଟ୍ରାଫିକ ସମସ୍ୟା ଉପୁଯୁଛି ବୋଲି କୁହାଯାଉଛି । ଉକ୍ତ ଖାଲକୁ ତୁରନ୍ତ ମରାମତି କରାଯିବା ସହ ଗମନାଗମନକୁ ସୁଗମ କରିବା ପାଇଁ ଦାବି ହେଉଛି ।

Related Posts

About The Author

Add Comment