କୁଆଖିଆ ବଜାରରେ ୪୦୭ ସହ ବାଇକ୍ ଧକ୍କା, ୨ଜଣ ଗୁରୁତର

Spread the love

ରସୁଲପୁର,୧୯/୦୨ (ସନ୍ଧାନ ନିଉଜ/ ଜଗମୋହନ ରାଉତ) କୁଆଖିଆ ଥାନା ଅନ୍ତର୍ଗତ କୁଆଖିଆ ବାଜରର ହରିପୁର ରାସ୍ତାରେ ଆଜି ଅପରାହ୍ନ ୩/୪୦ମିନିଟ୍ରେ ୪୦୭ ସହ ହୋଣ୍ଡା ସାଇନ୍ ବାଇକ୍ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ଉକ୍ତ ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତକମାନଙ୍କର ପରିଚୟ ମିଳିପାରି ନାହିଁ । ଆହତମାନଙ୍କର ବୟସ ୫୦ରୁ ଉର୍ଦ୍ଧ ହେବ । ସେମାନଙ୍କର ଘର ବରୁଆଁ ଅଂଚଳରେ ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଆହତକ ଦ୍ୱୟଙ୍କୁ ଏକ ବୋଲେରୋ ଗାଡି ସହାୟତାରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇଛି । ୪୦୭ଟି ବାଇକ୍ର ପଛକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା । ବାଇକ ଚାଳକ କୁଆଖିଆ ଅଭିମୂଖେ ଆଉଥିବା ସମୟରେ ତା ପଛକୁ ଟ୍ରକ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା । ପୋଲିସ ଦୁର୍ଘଟଣା ସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକ୍କୁ ପୋଲିସ ଜବତ କରିଛି ତଦନ୍ତ ଜାରି ରଖିଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।

Related Posts

About The Author

Add Comment