କୁଆଖିଆ ପୋଲିସ ଲୁଟେରା ମାନଙ୍କୁ ଗିରଫ କଲେ

Spread the love

ଯାଜପୁର, ୨୪/୧୦/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ କୁଆଖିଆ ଜାବରା ପୃତ୍ତବିଭାଗ ରାସ୍ତାର ଚନ୍ଦନବଜାର ମଧୁବନ ନିକଟସ୍ତ ସରସ୍ୱତୀ ଜୁଏଲାରୀ ଦୋକାନରୁ ଦୃବୁର୍ତ୍ତମାନେ ସକାଳ ପ୍ରାୟ ୧୦ଟା ସମୟରେ ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ରୁପା ଗହଣା ଲୁଟି ନେଇଥିବା କୁଆଖିଆ ଥାନାରେ ଜୁଏଲାରୀର ମାଲିକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କୁଆଖିଆ ପୋଲିସ ବିଭିନ୍ନ ଜାଗା ଉପରେ ଚଢ଼ାଉ କରିଥିଲା ଚଢ଼ାଉ ସମୟରେ ୩ଜଣ ଲୁଟେରାକୁ କାବୁ କରିବା ସହିତ କୁଆଖିଆ ପୋଲିସ ସୁନା ଏବଂ ରୁପା ଅଳଙ୍କାରକୁ ଉଦ୍ଧାର କରି ଲୁଟ ସମୟରେ ବ୍ୟବହାର କରୁଥିବା ବାଇକକୁ ଜବତ କରିଚି । ଗିରଫ ଲିଟେରା ମାନେ ହେଲେ ଯଖପୁରା ଥାନା ରାବଣା ଦଶ ମାଣିଆ ଗ୍ରାମର ଦିପକ ପ୍ରଧାନ(୧୯), ପ୍ରକାଶ ପ୍ରଧାନ(୨୦) ଏବଂ ସେହି ଗ୍ରାମର ଜଣେ ବନ୍ଧୁଘରକୁ ଆସିଥିବା ପିପିଲି ଥାନା ଅନ୍ତର୍ଗତ ଗିରି ବୈଷ୍ଟମ୍ବ ଗ୍ରାମର ରାହାଶ ସାକାରି(୨୦) ବୋଲି କୁଆଖିଆ ଥାନା ଅଧିକାରୀ ମନୋଜ ସ୍ୱାଇଁ ସାମ୍ବଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ କୁଆଖିଆ ପୋଲିସ ଜବତ କରିଥିବା ସୂନା ରୂପା ଗହଣା ଉଦ୍ଧାର କରାଯାଇଚି । ତାହା ମଧ୍ୟରୁ ୫୮ହଳ ପାଉଁଜି, ୧୫୬ ହଳ ମୁଦି, ୩୭ଟି ପଦକ ସହିତ ରୁପାର ତିଆରି ଏକ ଚେନ୍ ଡେଉଁରିଆ, ପ୍ଲେଟ ଚାମଚ ବ୍ରେସଲେଟ ଆଦି ବହୁ ରୁପାରେ ନିର୍ମାଣ କରାଯାଇଥିବା ୧୪ ରୁ ୧୫ ପ୍ରକାର ସାମଗ୍ରୀ ୪କିଲୋ ୩ଶହ ୧୫ଗ୍ରାମର ରୁପା ଅଳଙ୍କାର ରହିଥିବା ବେଳେ, ଜବତ ହୋଇଥିବା ସୁନା ଅଳଙ୍କାର ମଧ୍ୟରେ ୧୧ହଳ ଶାଙ୍ଖô, ୧୫ଟି ମୁଦି, ୧୯ଟି ଲକେଟ, କାନଫୁଲ, ନାକଫୁଲ ସୁନାରେ ତିଆରି ହୋଇଥିବ ୮୪ଗ୍ରାମର ଓଜନର ବିଭିନ୍ନ ପ୍ରକାରର ଜିନିଷ ସେମାନଙ୍କ ନିକଟରୁ କୁଆଖିଆ ପୋଲିସ ଜବତ କରିବା ସହିତ ୩ଜଣ ଆସାମୀକୁ ଚୋରୀ କରିଥିବା ଅଭିଯୋଗରେ କୁଆଖିଆ ଥାନାପୋଲିସ ଆସାମୀମାନଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

Related Posts

About The Author

Add Comment