ରସୁଲପୁର,୨୩/୨(ସନ୍ଧାନ ନିଉଜ/ ଜଗମୋହନ ରାଉତ) କୁଆଖିଆ ଥାନା ଅଧିକାରୀଙ୍କ ବଦଳି ବାତିଲ ଦାବୀ ହୋଇଛି । ଏହି ଥାନା ଅଧିନରେ ଥିବା ୧୯ଟି ପଂଚାୟତରୁ ମାତ୍ର ୩ଟି ପଂଚାୟତର କିଛି ମହିଳା ଥାନା ସମ୍ମୁଖରେ ବସି ଏଭଳି ଦାବି କରିଥିଲେ । ଏହି ଦାବିକୁ ନେଇ ସାଧାରଣରେ ନାନା ମତ ପ୍ରକାଶ ପାଉଛି । ଏହା ସ୍ୱତଃପୂତ ନା ପ୍ରାୟୋଜିତ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।
ଆସନ୍ତା ନିର୍ବାଚନକୁ ଆଖିଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଅ‘ିସରଙ୍କ ସ୍ତରରେ ବ୍ୟାପକ ବଦଳି କରାଯାଇଛି । ଏହି କ୍ରମରେ କୁଆଖିଆ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କର ଯାଜପୁର ଥାନାକୁ ବଦଳି ହୋଇଛି । ଶ୍ରୀ ସାହୁ ଏହି ଥାନାରେ ୨ବର୍ଷ ୭ମାସ କାର୍ଯ୍ୟ ଥାନା ଅଧିକାରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ କେତକ ଅସାଧୁ ଜନ ପ୍ରତିନଧିଙ୍କୁ ପ୍ରୋତ୍ସାହନ ଦେଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ଏପରି କି ଥାନର ସମ୍ପତିଗତ ମାମଲା ହେଉ, ଅବା ଚୋରି ଡକାୟତି ମାମଲାରେ ଥାନାର ସ‘ଳତା ନୈରାଶ୍ୟଜନକ ରହିଛି । ଏ ନେଇ ଗଣମା୍ମମରେ ଖବର ପ୍ରକାଶ ପାଇ ଥାନା ଅଧିକାରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଏହାଛଡା ଥାନା ଅଧିକାରୀଙ୍କୁ ହାତବାରିଶ କରି ଲାଭ ଉଠାଉଥିବା କେତେଜଣ ଜନପ୍ରତିଧି ସେମାନଙ୍କ ପଂଚାୟତର କିଛି ମହିଳାଙ୍କୁ ଡାକିଆଣି ଏଭଳି ଭେଳିକି କରୁଥିବାର କୁହାଯାଉଛି । ଏହା ପଛରେ ଥାନା ବାବୁଙ୍କର ଭିତିରି ସମର୍ଥନ ଓ ପର୍ଦ୍ଦା ପଛର ଇଙ୍ଗିତରେ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ରସୁଲପୁର ବ୍ଲକର ୨୮ଟି ପଂଚାୟତ ମ୍ମରୁ ୧୯ଟି ପଂଚାୟତ ଏହି ଥାନା ଅଧିନରେ ରହିଛି । ହେଲେ ସନ୍ଧ୍ୟାରେ ରାଜେନ୍ଦ୍ରପୁର, ଅତଲାପୁର, ଓ ପ୍ରଥମାଖଣ୍ଡ ଭଳି ତିନୋଟି ପଞ୍ଚାୟତର କିଛି ଲୋକ ଥାନା ସମ୍ମୁଖରେ ଧାରଣାରେ ବସିବା ସହ ଥାନା ଅଧିକାରୀଙ୍କ ବଦଳି ବାତିଲ କରିବାକୁ ଦାବୀ କରିଛନ୍ତି । ତେବେ ଏ ନେଇ ୧୬ଟି ପଂଚାୟତର ଜନସାଧାରଣ ଓ ଜନପ୍ରତିନିଧି ଚୁପ୍ ରହିଛନ୍ତି । ଏହାଛଡା ଥାନା ଅଧିକାରୀଙ୍କ ବଦଳି ବାତିଲ ଦାବି କରି ଧାରଣାରେ ବସିଥିବା ମହିଳାମାନଙ୍କୁ ପଚାରିବାରୁ ସେମାନେ କ’ଣପାଇଁ ଥାନା ସମ୍ମୁଖରେ ବସିଛନ୍ତି ସେ ସଂପର୍କରେ ଜାଣିନଥିବା କଥାକୁ ପ୍ରକାଶ କରିଥିଲେ । ଏପରିକି ତାଙ୍କୁ ପଞ୍ଚାୟତକୁ ପିଠା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ ବୋଲି କହି ଡାକିଆଣି ଥାନାକୁ ଅଣାଯାଇଛି ବୋଲି କିଛି ମହିଳା କହିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରକୃତ ଘଟଣା ନଜଣାଇ ଥାନାକୁ ଅଣାଯାଇଥିବାକଥା ଜଣାପଡିଥିଲା । ଥାନା ଅଧିକାରୀଙ୍କ କାର୍ପଟଦାର ସାଜିଥିବା କିଛି ରାଜ ନୈତିକ ଲୋକ ଏପରି ‘ାର୍ସ କରୁଥିବା ସମୁଦାୟ ଘଟଣାବଳୀକୁ ନଜର ପକାଇଲେ ବୁଝି ହେଉଥିଲା ।ଖବରପାଇ ଏସ.ଡି.ପିଓ କେଦାରନାଥ ସାହୁ ଘଟଣାସ୍ଥଳକୁ ଆସି ଧାରଣାରତ ଲୋକଙ୍କ ସହିତ ଆଲୋଚନା କରିଥିଲେ । ବଦଳି ନିର୍ବାଚନକୁ ଦୃଷ୍ଟିରେ ରଖି ହୋଇଥିବାରୁ ଏବଂ ଥାନାଅଧିକାରୀଙ୍କ ରିଲିଭ ଅର୍ଡର ଗତକାଲିଠାରୁ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଗଲାଣି ବୋଲି ଧାରଣାକାରୀମାନଙ୍କୁ ଜଣାଇଥିଲେ । ଏକ ପ୍ରତିନିଧି ମଣ୍ଡଳୀ ଏସ.ପିଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିବା ୁ ପାଇଁ ଏସ୍.ଡି.ପି. ପରାମର୍ଶ ଦେବାରୁ ଆନେ୍ଦାଳନକାରୀମାନେ ତାଙ୍କ କଥା ମାନି ଉଠିଥିଲେ ।
କୁଆଖିଆ ଥାନା ଅଧିକାରୀଙ୍କ ବଦଳି ବାତିଲ ଦାବୀ, ସ୍ୱତଃପୁତ ନା ପ୍ରାୟୋଜିତ?
|
February 23, 2019 |



