ରାଉରକେଲା, ୧୧/୧୨ (ସନ୍ଧାନ ନିୟୁଜ): କୁଆଁରମୁଣ୍ଡା ଡକାୟତି ଘଟଣାରେ ବୀରମିତ୍ରପୁର ପୋଲିସ ଦୁଇଜଣ ଡକାୟତଙ୍କୁ ଗିରଫ କରିଛି । ସେମାନଙ୍କ ନାମ ସାମୁଏଲ ଏକ୍କା, ପିଣ୍ଟୁ ସାହୁ ବୋଲି ଜଣାପଡିଛି । ସେମାନଙ୍କ ଠାରୁ 2ଟି ପିସ୍ତଲ, ଦୁଇଟି ଗୁଳି ଓ ନଗଦ 4 ଲକ୍ଷ ଟଙ୍କା ସହିତ ଡକାୟତିରେ ବ୍ୟବହୃତ ଦୁଇଟି ବାଇକ ଜବତ କରାଯାଇଛି । ଗତ ଅକ୍ଟୋବର 15 ତାରିଖରେ ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ନେଇ କୁଆଁରମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଭତ୍ତା ବଣ୍ଟନ କରିବାକୁ ଯିବା ସମୟରେ ଡକାୟତି କରାଯାଇଥିଲା । ଡକାୟତମାନେ ପ୍ରଥମେ ଗାଡି ଉପରକୁ ଗୁଳିଚାଳନା କରିବା ସହ 11 ଲକ୍ଷ ଟଙ୍କା ବନ୍ଧୁକ ମୁନରେ ଲୁଟି ନେଇଥିଲେ ।
କୁଆଁରମୁଣ୍ଡା ଡକାୟତି ଘଟଣା: ଦୁଇ ଡକାୟତ ଗିରଫ
|
December 11, 2019 |



