କିଲୋପ୍ରତି ୫୦ ହଜାର ଟଙ୍କାରେ ନିଲାମ ହେଲା ଆସାମର ବିରଳ ଚା’ ପତି; ବଞ୍ଚିଗଲା ୨୦୦ ବର୍ଷର ପୁରୁଣା କମ୍ପାନି

Spread the love

ଗୌହାଟି, ୩୦/୭ (ସନ୍ଧାନ ନିଉଜ) : ଆସାମର ଚା’ ବାଗାନ୍‌ରେ ଚାଷ ହୋଇଥିବା ଏକ ବିରଳ ପ୍ରଜାତିର ଚା’ ପତି କିଲୋପ୍ରତି ୫୦ ହଜାର ଟଙ୍କା ମୂଲ୍ୟରେ ଆଜି (ମଙ୍ଗଳବାର) ନିଲାମ ହେବା ସହ ଦେଶରେ ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏତେ ଅଧିକ ମୂଲ୍ୟରେ ନିଲାମ ହେବା ପରେ, ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ବନ୍ଦ ହେବାକୁ ବସିଥିବା ୨୦୦ ବର୍ଷର ପୁରୁଣା ଏହି ଚା’ ପତି ଉତ୍ପାଦନ କରୁଥିବା କମ୍ପାନି ଆଉଥରେ ବଞ୍ଚି ଯାଇଛି।

ଏହି ଚା’ ପତି ଆସାମର ଗୌହାଟିରେ ଥିବା ମନୋହରି ଟି ଇଷ୍ଟେଟ୍‌ ଦ୍ୱାରା ଉତ୍ପାଦନ କରାଯାଇଛି। ‘ମନୋହରି ଗୋଲ୍ଡ ଟି’ ନାମରେ ନାମିତ ଏହି ଚା’ ପତିକୁ କମ୍ପାନି ଏକ ବିରଳ ପ୍ରଜାତିର ଚା’ ପତିରୁ ସ୍ୱତନ୍ତ୍ର ପଦ୍ଧତି ଅବଲମ୍ବନ କରି ଉତ୍ପାଦନ କରିଥାଏ। ଏହି ଚା’ କମ୍ପାନିଟି ୨୦୦ ବର୍ଷ ପୁରୁଣା ବ୍ରିଟିଶ ଅମଳର।

ଦିନ ଥିଲା ‘ମନୋହରି ଗୋଲ୍ଡ ଟି’ ସୁନାମ ଦେଶ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ବ୍ୟାପିଥିଲା। ଉତ୍ପାଦନର ପ୍ରାୟ ୯୦ ଭାଗରୁ ଅଧିକ ଚା’ ପତି କମ୍ପାନି ବିଦେଶକୁ ରପ୍ତାନି କରୁଥିଲା। ତେବେ, ଏବେ ରପ୍ତାନି କମିଯିବା ଯିବା ପରେ ଓ ବହୁ ରାଷ୍ଟ୍ରୀୟ କମ୍ପାନିମାନେ ଚା’ ପତି ବ୍ୟବସାୟରେ ପ୍ରବେଶ କରିବା ପରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ୨୦୦ ବର୍ଷ ପୁରୁଣା ଏହି କମ୍ପାନି ଏବେ ବନ୍ଦ ହେବାକୁ ବସିଥିଲା।

Related Posts

About The Author

Add Comment