କପ୍ତିପଦା, ୧୭/୦୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): କପ୍ତିପଦା ଥାନା ଅନ୍ତର୍ଗ ମଝିଗଡ଼ି ଆ ପଞ୍ଚାୟତ ମହୁଲପଖୀ ଗ୍ରାମରେ ଜୈନିକା ମହିଳାଙ୍କୁ କିରାସିନି ଢାଳି ପୋଡ଼ି ମାରି ଦିଆଯାଇଥିବା କପ୍ତିପଦା ଥାନାରେ ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ମହୁଲପଙ୍ଖା ଗ୍ରାମର ଅରୁଣ ଖଣ୍ଡେଇଙ୍କ ପୁଅ ବିଶି କେଶ ନ ଖଣ୍ଡେଲ ( ୩୦)ଙ୍କ ପତ୍ନୀ ବାସନ୍ତି ଖଣ୍ଡଇ (୨୫) । ଉଭୟ ପତି – ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ଲାଗି ରହୁଥିଲା । ଗତ ୧୨ ତାରିଖ ରାତି ୮ଟା ସମୟରେ ଶାଶୂ ଘର ଲୋକଙ୍କ ପକ୍ଷରୁ ବାସନ୍ତିଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ମାରି ଦେଇଥିବା ବାସନ୍ତିଙ୍କ ଭାଇ ବିଭୁଷଣ ସେନାପତି କପ୍ତି ପଦା ଥାନାରେ ଅଭିଯୋଗ କରିଛନ୍ତି । ନିଆଁରେ ପୋଡ଼ି ଗୁରୁତର ହୋଇଥିବା ବାସନ୍ତି ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ବାସନ୍ତିଙ୍କ ସ୍ଵାମୀ ବିଶିକେଶନ ମଧ୍ୟ ଉକ୍ତ ନିଆଁରେ ପୋଡ଼ି ହୋଇ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତା ବାସନ୍ତିଙ୍କର ଗୋଟିଏ ୫ ବର୍ଷର ଓ ଗୋଟିଏ ୨ ବର୍ଷ ର ଶିଶୁ କନ୍ୟା ଅଛନ୍ତି । ଅଭିଯୋଗକୁ ଆଧାର କରି କପ୍ତି ପଦା ଥାନା ପକ୍ଷରୁ ୨୫୧/୨୦ରେ ଏକ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତ ଜାରି ରହିଛି ।
କିରାସିନି ଢାଳି ମହିଳାଙ୍କୁ ହତ୍ୟା ଅଭିଯୋଗ
|
September 17, 2020 |