କିରଲଗା ସାଂସ୍କୃତିକ ଭବନରେ ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୩୫ ୟୁନିଟ ରକ୍ତ ସଂଗ୍ରହ

Spread the love

ସୁନ୍ଦରଗଡ,୫/୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ସବଡେଗା ବ୍ଲକ ଅନ୍ତର୍ଗତ କିରଲଗା ଗ୍ରାମର ସାଂସ୍କୃତିକ ଭବନରେ ମୋ ଓଡିଶା ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୌଣସି ଲୋକ ରକ୍ତ ନ ହେବା କାରଣରୁ ନ ମରନ୍ତି ତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଉଛି । ଏହି କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବାରୁଆଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଥିଲା । ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକଙ୍କସଂଯୋଜନାରେ ଜିଲ୍ଲା ସଭାପତି ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ବିନୟ ଟପ୍ପୋ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉତଘାଟନ କରିଥିଲେ ଏଥିରେ କିରାଲଗା ସମେତ ପାଖ ଅଞ୍ଚଳରୁ ଅନେକ ଲୋକ ରକ୍ତଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାନ ଏକ ମହତ ଦାନ ଓ ଏହି ରକ୍ତ କରୋନା ମହମାରୀ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କ ପାଇଁ ବିଶେଷ ସହଯୋଗ କରିବ ବୋଲି ଜିଲ୍ଲା ସଭାପତି ବାର୍ତା ଦେଇଛନ୍ତି।

Related Posts

About The Author

Add Comment