କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ମୁହଁ ପରି ଦିଶୁଥିବା ‘ନ୍ୟୁକ୍‌ ମାସ୍କ୍‌’ ବିକି ଅଡୁଆରେ ପଡ଼ିଛି ଦକ୍ଷିଣ କୋରୀୟ ଫେସନ୍‌ ଫାର୍ମ

Spread the love

ସିଓଲ୍‌ ୧୪/୧୨(ସନ୍ଧାନ ନିୟୁଜ) : କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ମୁହଁ ପରି ଦିଶୁଥିବା ‘ମୁଖା’ ବିକ୍ରୟ ଉତ୍ପାଦନ କରି ଦକ୍ଷିଣ କୋରିଆର ଏକ ଫେସନ୍‌ ଓ ପ୍ରସାଧନ ସାମଗ୍ରୀ ଉତ୍ପାଦନ କେନ୍ଦ୍ର ବିବାଦୀୟ ହୋଇପଡ଼ିଛି। ଫଳରେ ଅନେକ ବିକ୍ରୟ କେନ୍ଦ୍ର ପ୍ରଦର୍ଶନରେ ରଖିଥିବା ଉକ୍ତ ମୁଖାଗୁଡ଼ିକୁ ହଟାଇ ଦେଇଛନ୍ତି।

‘ନ୍ୟୁକ୍‌ ମାସ୍କ’ ବୋଲି କୁହାଯାଉଥିବା ଏହି ମୁଖା ୫୧୪୯ ନାମକ ଏକ ଦକ୍ଷିଣ କୋରୀୟ ଫେସନ୍‌ ଓ ପ୍ରସାଧନ ସାମଗ୍ରୀ କମ୍ପାନି ନିର୍ମାଣ କରିଛି। ଜୁନ୍‌ ମାସରୁ ଏହି ‘ୟୁନିଫିକେସନ୍‌ ମଏଶ୍ଚର୍‌ ନ୍ୟୁକ୍ଲିୟର୍‌ ମାସ୍କ୍‌’ରୁ ୨୫୦୦୦ ରୁ ଅଧିକ ବିକ୍ରୟ ହୋଇଥିବା କଥା କମ୍ପାନି କହିଛି।

ଯଦିବା ଅନେକ ଦକ୍ଷିଣ କୋରୀୟ ଷ୍ଟୋର୍‌ ସର୍ବସାଧାରଣଙ୍କ ସମାଲୋଚନା ଯୋଗୁଁ ଏହି ମୁଖା ବିକ୍ରୟ ବନ୍ଦ କରିଛନ୍ତି ତଥାପି ଏହାର ବୈଧାନିକତା ଚିନ୍ତାର କାରଣ ହୋଇଛି।

ଆଇନ୍‌ ଲାଗୁ କରାଯାଇ ନ ଥିଲେ ବି ଦକ୍ଷିଣ କୋରିଆରେ ଉତ୍ତର କୋରିଆ ସରକାରଙ୍କ ସପକ୍ଷରେ କହିବା ବେଆଇନ୍‌।

୪୦୦୦ ଓନ୍‌ ମୂଲ୍ୟର ଏହି ମୁଖା ପିନ୍ଧି ଅନେକ କୋରୀୟ ନିଜର ନିଜର ଫଟୋ ସାମଜିକ ଗଣମାଧ୍ୟମରେ ପୋଷ୍ଟ୍‍ କରିଛନ୍ତି।

ପ୍ରଚାର-ଶୈଳୀର ସ୍ଲୋଗାନ୍‌ରେ କୁହାଯାଇଛି କି, ଏହି ମୁଖାରେ ପେକ୍‌ଟୁ ପର୍ବତରୁ ଖନିଜଲବଣ ମିଶ୍ରିତ ଜଳ ଅଛି। କୋରୀୟ ପୁରାଣ ଅନୁସାରେ, ଆଜକୁ ୪୦୦୦ ବର୍ଷ ତଳେ ପ୍ରଥମ କୋରୀୟ ରାଜ୍ୟର ପ୍ରତିଷ୍ଠାତା ଡାଙ୍ଗୁନ୍‌ଙ୍କ ଜନ୍ମସ୍ଥାନ ହେଉଛି ସେ ପବିତ୍ର ତଥା ସକ୍ରିୟ ଥିବା ସେ ଆଗ୍ନେୟ ଉଦ୍ଗୀରଣର ପର୍ବତ।

୫୧୪୯ର ସିଇଓ କଓ୍ଵାକ୍‌ ହାୟେଓନ୍‌-ଜୁ କହନ୍ତି: ଏ ବର୍ଷ ପ୍ରାରମ୍ଭରେ ଜୀବନରେ ଥରେ ମାତ୍ର ଅନୁଷ୍ଠିତ କୋରୀୟ ଶିଖର ବୈଠକ ପାଳନ କରିବାକୁ ଏହି ମୁଖା ପ୍ରସ୍ତୁତ ହୋଇଥିଲା।

Related Posts

About The Author

Add Comment