କିପରି ଚାଲିଛି ଖଣ୍ଡଦେଉଳା ଅଙ୍ଗନବାଡି କେନ୍ଦ୍ର!

Spread the love

ବାରିପଦା ୨୮/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବେତନଟୀ ବ୍ଲକ ପଟଳିପୁରା ପଞ୍ଚାୟତରଖଣ୍ଡଦେଉଳା ଗ୍ରାମରେ ଥିବା ଅଞ୍ଚନୱାଡିକେନ୍ଦ୍ରରୁ କୋମଳମତି ଶିଶୁ ତଥା ପ୍ରସୂତୀ ୬ମାସ ହେବ କୌଣସି ସୁବିଧା ପାଇନଥିବା ସଙ୍ଗୀନ ଅଭିଯୋଗ ଗ୍ରାମବାସୀ କରିଛନ୍ତି । ଏହି କେନ୍ଦ୍ରରେ ହୋଇଥିବା ଦୁର୍ନିତି ଏବେ ସାଧାରଣଜନତାଙ୍କ ସମେତ ପାଟଳିପୁରା ପଞ୍ଚାୟତରେ ଚର୍ଚ୍ଚାର ବିଷୟ ପାଲଟିଛି । ଖଣ୍ଡଦେଉଳା ଗ୍ରାମର ଏହି ଅସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ରଟି ଦୁର୍ନିତିରଗନ୍ତାଘର ପାଲଟିଛି ବୋଲି ଗ୍ରାମବାସୀ ବେତନଟି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପିଲା ତଥା ପ୍ରସୂତୀଙ୍କୁ ନିମନ୍ତେ ଆସୁଥିବା ବିଭିନ୍ନ ପୃଷ୍ଟିକରଖାଦ୍ୟ ପ୍ରାୟ୬ମାସ ହେବ ହିତାଧୁକାରୀ ପାଇନଥିବା ଗୁରୁତର ଅଭିଯୋଗ ହୋଇଛି ପ୍ରସୂତୀଙ୍କ ନିମନ୍ତେ ଯେଉଁ ସବୁ ସରକାରୀ ସୁବିଧା ରହିବା କଥା ତାହା ନଥିବାରୁ  ସେମାନଙ୍କ ଦୁର୍ଦ୍ଦଶା ବଢିଚାଲିଥିଲେ ମଧ୍ୟ ଶୁଣିବାକୁ କେହିନାହିଁ ବୋଲି ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ସମ୍ପର୍କରେ ବାରମ୍ବାର ସିଡିପିଓ ଓ ସୁପରଭାଇଜରଙ୍କ ନିକଟରେ କରିଥିବାବେଳେ ଓ ଏହି ଅଙ୍ଗନୱାଡିକେନ୍ଦ୍ରରେ ଦୁର୍ନିତି ଚାଲିଥିବା ସେମାନେ ଜାଣିବାପରେ ମଧ୍ୟ ଫଳ ଶୁନ ବୋଲି ଗ୍ରାମବସୀ ଅଭିଯୋଗ କରିଛନ୍ତି । ଏହି ଅଙ୍ଗନୱାଡି କେନ୍ଦ୍ରର ତଦାରଖ କରିବା ଦାୟିତ୍ବରେ ଥିବା ସୁପରଭାଇଜର ସଠିକଭାବେ ତଦନ୍ତ କରନ୍ତି ନାହିଁ ବୋଲି ଏହି ୬ମାସ ହେବ ହିତାଧୁକାରୀମାନେ ପାଇନଥିବା ସାମଗ୍ରୀରୁ ସ୍ପଷ୍ଟ ହୋଇଯାଉଛି ଯେ ସୁପରଭାଇଜର କିଭଳି ଏହି ଅଙ୍ଗନୱାଡି ଉପରେ ଦୃଷ୍ଟି ରଖୁଛନ୍ତି । ୬ମାସର ଖାଦ୍ୟ ସାମଗ୍ରୀ ବ୍ୟତିତ ଅନ୍ୟାନ୍ୟ ଆନୁସଙ୍ଗିକ ଜିନିଷ ଗଲା କୁଆଡ଼େ, ତାହା ଅଦ୍ୟାବଧୂ ତଦନ୍ତ ନହେବା ପଛରେ କେଉଁ କାରଣ ଲୁଚିରହିଛି ତାହା କିଏ ସ୍ପଷ୍ଟ କରିବା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଗ୍ରାମବାସୀ ଏ ସମ୍ପର୍କରେ ଅଙ୍ଗନୱାଡି କର୍ମୀଙ୍କ ନିକଟରେ ଅଭିଯୋଗକଲେ ସେମାନଙ୍କୁ ତାଙ୍କ ନାଲିଆଖୁର ଧମକ ମିଳୁଛି ବୋଲି ଅଭିଯୋଗ ହୋଇଛି । ଅଙ୍ଗନୱାଡିକର୍ମୀ ହିତାଧିକାରୀ ମାନଙ୍କ ନିକଟରୁ ତାଙ୍କ ଖାତାରେ ଦସ୍ତଖତ କରାଇ ନେଇଛନ୍ତି । ଏ ସମ୍ପର୍କରେ ପଚାରିବାରୁ ଦସ୍ତଖତ କଲେ ତୁମର ଖାଦ୍ୟ ଆସିବ ବୋଲି କହୁଛନ୍ତି । କରୋନା ନିମନ୍ତେ ଅଫିସରୁ କିଛି ଜିନିଷ ଆସୁନାହିଁ ବୋଲି କହୁଛନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଅଙ୍ଗନୱାଡିକେନ୍ଦ୍ରର ସମସ୍ତ ଜିନିଷର ଅର୍ଥ କେନ୍ଦ୍ରର ବ୍ୟାଙ୍ଗ ଖାତାରେ ଜମା ହେଉଥିବାବେଳେ ହିତାଧୁକାରୀଙ୍କୁ କର୍ମୀ ମିଛକହି ଭୁଲାଇଦେଉଥିବା ଅଭିଯୋଗ ହୋଇଛି । ଅଙ୍ଗନୱାଡି କର୍ମୀ ହିତାଧିକାରୀଙ୍କୁ ମିଛ ସତ କହି ଘୁଆ ଭୁଲାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଗ୍ରାମବାସୀ କରିଚାଲିଥିବାବେଳେ ସିଡିପିଓ ଓ ସୁପରଭାଇଜର ଚୁପ ବସିଛନ୍ତି କାହିଙ୍କି । ସରକାର ଅଙ୍ଗନୱାଡି ଜରିଆରେ ଶିଶୁ ଓ ପ୍ରସୂତୀଙ୍କ ନିମନ୍ତେ ପୃଷ୍ଟିକର ଖାଦ୍ୟ ପ୍ରଦାନ କରୁଥିବାବେଳେ ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ମାନଙ୍କ ନିମନ୍ତେ ସରକାର କିପରି ବଦନାମ ହେଉଛନ୍ତି ଖଣ୍ଡଦେଉଳା ଅସ୍ଥାୟୀ ଅଙ୍ଗନୱାଡିକେନ୍ଦ୍ର ତାହାର ଉଦାହରଣ ବୋଲି ସାଧାରଣରେ ଆଲୋଚିତ ହେଉଛି । ଖଣ୍ଡଦେଉଳାଗ୍ରାମର୧୧ନଂ ୱାର୍ଡ ସଭ୍ୟ ରୁପମଞ୍ଜରୀ ପରିଡାମିଲି ଦଳେଇ, ମମତା ବେହେରା, ପ୍ରତିମା ବେହେରା, ଜାନକୀ ପୁହାଣ, ଜୟନ୍ତି ପଣ୍ଡା, ହରପ୍ରିୟା ଗିରି, ସୁମିତ୍ରା ପରିଡା, ଲିଜା ମହାପାତ୍ର, ଉତ୍କଳିନି ପତି, ଲାଲି ସିଂ ପ୍ରମୁଖ ଏହି ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment