କିଞ୍ଜିରକେଲା ବ୍ଲକ ର ସୀମାନ୍ତ ଅଞ୍ଚଳ ଜନଗହଳି,ଜିଲ୍ଲା ପ୍ରଶାସନର ଅପାରଗତା

Spread the love

ସୁନ୍ଦରଗଡ, ୯/୪/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ ) : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ସୀମାନ୍ତ ଅଞ୍ଚଳ କଡାକଡି ଭାବେ ସିଲ ଥିବାର ସୂଚନା ଥିବାବେଳେ କିଞ୍ଜିର କେଲା ଅଞ୍ଚଳର ସୀମାନ୍ତ ଅନବରତ ଲୋକେ ଯିବା ଆସିବା ଜଣାପଡିଛି । କିଞ୍ଜିରକେଲା ପୋଲିସ ପକ୍ଷରୁ ମାସ୍କ ଚେକିଂ କଡାକଡି ଭାବରେ କରାଯାଉଛି । ତା ସହିତ ସାମାଜିକ ଦୂରତା ବାଯାଏ ରଖିବା ସହିତ ସାନିଟାଇଜର ବ୍ୟବହାର କରିବା ସଚେତନ କରାଯାଉଛି  ହେଲେ ମଧ୍ୟ ସୀମାନ୍ତ ଅଂଚଳ ହୋଇଥିବାରୁ ଜନଗହଳି ହେବାରେ ଲାଗିଥିବାରୁ ସଂକ୍ରମଣ ବଢ଼ିବାରେ ଲାଗିଛି । ଅନେକ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ପାଖରେ ଥିବା ବ୍ରାମହଣମରା ସୀମାନ୍ତ ଅଞ୍ଚଳରୁ  ଚେକିଂ ପରେ ମଧ୍ୟ ଅନେକ ଲୋକ କିଞ୍ଜିରକେଲା କୁ ବାଇକ ଯୋଗେ  ଆସି ବୁଲୁଥିବାର ଦେଖିବାକୁ ମିଳିଛି । ସୀମାନ୍ତ ଅଞ୍ଚଳ ସିଲ ଥିଲେମଧ୍ୟ ସେମାନେ କିପରି ସୀମା ପାର ହୋଇ ଯିବା ଆସିବା କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି । ଏହା ପ୍ରଶାସନର ଅପାରଗତା ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts

About The Author

Add Comment