ନୂଆଦିଲ୍ଲୀ, ୧୫/୧୧(ସନ୍ଧାନ ନିୟୁଜ) : ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜ ଆୟରୁ କିଛି ଟଙ୍କା ସଞ୍ଚୟ କରିଥାନ୍ତି । କିଛି ଲୋକ ଘର ଚଳାଇବା ପାଇଁ ରଖୁଥିବା ବେଳେ କିଛି ଲୋକ କେବଳ ଗୋଟେ ଆଇଫୋନ କିଣିବା ପାଇଁ ଟଙ୍କା ସଞ୍ଚୟ କରିଥାନ୍ତି । ଯେତେବେଳେ ଆଇଫୋନ କିଣିବାର ସ୍ୱପ୍ନ ପୂରା ହୁଏ,ସେତେବେଳେ କିଣିବା ଲୋକର ଖୁସିର ଠିକଣା ନଥାଏ । କିନ୍ତୁ ରାହେଲ ମହମ୍ମଦଙ୍କ ସହ ଘଟିଥିବା ଘଟଣା ପରେ କିଛି ଲୋକ ଅଇଫୋନ ଏକ୍ସ କିଣିବା ପାଇଁ ପଛ ଘୁଞ୍ଚା ଦେବେ ।
ସୂଚନା ମୁତାବକ, ଆଇଫୋନ ଏକ୍ସ କିଣି ରାହେଲ ସେଥିରେ ୧୨.୨ ଆଇଓଏସ୍କୁ ଅପ୍ଡ଼େଟ୍ କରାଉଥିଲେ । ଏହି ସମୟରେ ଫୋନ୍ଟି ଗରମ ହୋଇଯିବା ସହ ଫାଟି ଯାଇଥିଲା । କିଣିବା ପରେ ମିଳିଥିବା ଖୁସି ଏହି ଘଟଣା ପରେ ପାଣିରେ ମିଶି ଯାଇଥିଲା । ରାହେଲ ଏହି ଘଟଣାର ଅଭିଯୋଗ ଟୁଇଟ୍ର ଜରିଆରେ କମ୍ପାନିକୁ କରିବା ପରେ କମ୍ପାନି କ୍ଷମା ମାଗିବା ସହ ଏହା ଉପରେ ଧ୍ୟାନ ଦେବେ ବୋଲି କହିଥିବା ଦେଖାଯାଇଛି । ଦୁର୍ଘଟଣା ପଛର କାରଣ ଜାଣିବା ପାଇଁ ଆପଲ ଏବେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।