କିଏ କାହାର? ଭଦ୍ରକ ବିଜେପିରେ ଡବଲ୍ ରୋଲ୍

Spread the love

ଭୁବନେଶ୍ୱର-୨୦/୬ (ସନ୍ଧାନ୍ ନ୍ୟୁଜ୍)-: ଆଜି ଥିଲା ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ଭଦ୍ରକ ଜିଲ୍ଲା ଆମ ପରିବାର ଭର୍ଚୁଆଲ୍ ମିଟିଂ। ରାୟଗଡ଼ା, କୋରାପୁଟ, ଯାଜପୁର, ଗଞ୍ଜାମ, ପୁରୀ, ମୟୁରଭଞ୍ଜ, ଏବଂ କଟକ ଆଦି ଜିଲ୍ଲା ପରେ ଅଷ୍ଟମ ଜିଲ୍ଲା ଭାବରେ ଭଦ୍ରକ ଜିଲ୍ଲାରେ ଥିଲା ଏହି ବୈଠକ। ଏହାକୁ ନେଇ ଚିନ୍ତିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ। ସବୁବେଳ ପରି ଏଥର ମଧ୍ୟ ଅପରାଜିତାଙ୍କ କାର୍ଯ୍ୟକ୍ରମରେ କିପରି ଅଧିକ ଲୋକ ଯୋଡ଼ି ନହେବେ ନେଇ ହୋଇଥିଲା ଉଦ୍ୟମ। ତେବେ ସଂଖ୍ୟା କେତେ ଥିଲେ ତାହା ବଡ଼ କଥା ନୁହେଁ, କିନ୍ତୁ ପୂର୍ବ ଅନୁମାନ ମୁତାବକ ଜିଲ୍ଲାର ଜଣେ ପ୍ରମୂଖ ନେତୃତ୍ୱଙ୍କର ଏଥିପ୍ରତି ରହିଥିବା ପରୋକ୍ଷ ସମର୍ଥନ ବାରି ହେଉଥିଲା। ସେହି ପ୍ରମୂଖ ନେତୃତ୍ୱଙ୍କ ଦୃଢ଼ ସମର୍ଥକ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ହୋଇଥିଲେ ସାମିଲ୍। ଏହା ବ୍ୟତୀତ ଜିଲ୍ଲାର ଆଉ କିଛି ଦ୍ଵିତୀୟ ପୀଢ଼ି ନେତୃତ୍ୱଙ୍କ ଡବଲ୍ ରୋଲ୍ ମଧ୍ୟ ଦେଖିବାକୁ ମିଳିଥିଲା। ଯିଏ କି ପୂର୍ବରୁ ସନ୍ଦେହ ଘରରେ ଥିଲେ। ନିର୍ଦ୍ଦିଷ୍ଟ ଭାବରେ କେତେଜଣ ଏଣେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ନିଜକୁ ଗୋଟାଟା ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ ସମର୍ଥକ ଭାବରେ ଦେଖାଇ ହେଉଥିବା ବେଳେ ତେଣେ ସେହି ଗୋଷ୍ଠୀର କେତେଜଣ ଅପରାଜିତାଙ୍କ ଭର୍ଚୁଆଲ୍ ମିଟିଂରେ ହୋଇଥିଲେ ସାମିଲ୍। କେବଳ ଯେ ସାମିଲ ହୋଇନଥିଲେ ଥିଲେ କୋ- ହୋଷ୍ଟ। ଡବଲ୍ ରୋଲ୍ କରୁଥିଲେ ଏମାନେ। ଅବଶ୍ୟ ଏ ଭିତରେ ଭିନ୍ନ ଏକ ଘଟଣା ଦେଖିବାକୁ ମିଲଥିଲା ଠିକ୍ ଅପରାଜିତାଙ୍କ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ଟିମ୍ ହୋଇଥିଲା ଘୋଷଣା।

Related Posts

About The Author

Add Comment