କିଏସେ ବୁଝିବ ଗରିବର ଦୁଃଖ, ଗୋଟିଏ ପରିବାରରେ ତିନି ତିନି ଜଣ ଭିନ୍ନକ୍ଷମ,ସରକାର ଯୋଜନା ଏଠି ବାଟବଣା ,,?

Spread the love

ଯାଜପୁର/କଳିଙ୍ଗ ନଗର/୦୭/୦୧/ସନ୍ଧାନ ନିଉଜ୍ (ପ୍ରଶାନ୍ତ ସାମଲ) ଆମେ ଯାଇ ପହଞ୍ଚିଛୁ   ଯାଜପୁର ଜିଲ୍ଲା  ଦାନଗଦି ବ୍ଲକ ଅଧିନସ୍ତ ପଙ୍କପାଳ ଗ୍ରାାାମ ପଞ୍ଚାୟତର ପଙ୍କପାଳ ଗ୍ରାମର  କୁନା ମଳିକଙ୍କ   ପାଖରେ କୁନା ମଳିକର କରୁଣ କାହାଣୀ ।କୁନା ମଳିକ  ପରିବାର କହିଲେ ସ୍ତ୍ରୀ ଏବଂ ତିନୋଟି ପୁଅ କେତେ ଓଷା, ବ୍ରତ ମାନସିକ କରି ତିନୋଟି ପୁଅ ପାଇଥିଲେ । ଯେତେବେଳ ପୁଅ ମାନେ ଭେଣ୍ଡିଆ ହେଲେ ବାପର କାନ୍ଧ ସହ କାନ୍ଧ ମିଶେଇ ଚାଲିବାକୁ ଚେଷ୍ଟା କଲେ ସେତେବେଳେ କୁ ଦଇବ ସାଜିଲା ଦାଉ  ପଙ୍ଗୁ ହେଇଗଲେ ତିନିପୁଆ । ପୁଅ ମାନଙ୍କର ଏଭଳି ଅବସ୍ଥା ଦେଖି  ମେରୁଦଣ୍ଡ ଭାଙ୍ଗି ଯାଇଛି ବାପାର । ତିନି ତିନିଟା ପୁଅ ଏବଂ ସ୍ତ୍ରୀ ଙ୍କୁ ନେଇ ତାଙ୍କର ଏହି ଛୋଟିଆ ପରିବାର କିନ୍ତୁ ଯେଉଁ ବୟସରେ ଘରେ ବସି ଗଣ୍ଡେ ଖାଇବା କଥା ସେଇ ବୟସରେ ଏମାନଙ୍କୁ ପୋଷିବେ କେମିତି ପେଟକୁ ଗଣ୍ଡେ ଦାନା  ଦେହକୁ ଖଣ୍ଡିଏ କନା କେମିତି ବା ଦେବେ ଆଉ କେଉଁଠୁ ଦେବେ। ଜେଉଁ ବୟସରେ ରୋଜଗାର କରି ନିଜ ପେଟ ପୋଷିବା କଥା ସେଇ ବୟସରେ ଭାଗ୍ୟର ବିଡମ୍ବନା ୩ନି ତିନୋଟି ପୁଅ ବିକଳାଙ୍ଗ ହୋଇ  ଘରେ ପଡ଼ି ରହିଛନ୍ତି ଶେଷରେ ବୁଢା ବାପାଟ ଉପରେ ବୋଝ  ଉପରେ ଲଳିତା ବିଡା ହୋଇ ପଡ଼ି ରହିଛନ୍ତି।  ବୁଢ଼ା ବାପବି କରିବ କଣ ରିକ୍ସା ଚଲାଇ କେମିତି ପରିବାର ସହ ପୁଅ ମାନଙ୍କର ଦେଖା ଶୁଣା କରିବ । ଆଜିକାଲି କା ସ୍ମାଷ୍ଟ ଯୁଗରେ ରିକ୍ସାକୁ ବା ପଚାରେ କିଏ କେଇଟା ବା ଟଙ୍କା ହେବ ସେଥିରେ ପରିବାର ଚଳାଇବା ସହ ପୁଅ ମାନଙ୍କର ଦେଖା ଶୁଣା କରିବା ଆଉ ଚିକିତ୍ସା କରିବ ।  ପ୍ରତିବନ୍ଧକ ସାଜିଛି ଅର୍ଥ କେଉଁଆଡୁ କିଛି ସାହାଯ୍ୟ ସହଯୋଗ ନାହିଁ ।ରାଜ୍ୟ ସରକାର ଗରିବ, ବିକଳାଙ୍ଗ ପାଇଁ ମାଳ ମାଳ ଯୋଜନା କରିଥିବା ବେଳେ ଏଠି  ଯୋଜନା ତାଙ୍କ ପାଖରେ ପାଣିର ଗାର । ସ୍ଥାନୀୟ ପ୍ରଶାସନ ଦେଖି ନଦେଖିଲା ଭଳି ଆଖି ମିଟି ମିଟି କରୁଛି ।ସରକାରୀ ସହଯୋଗ କହିଲେ ଅନ୍ତଦୟ ଚାଉଳ ଏବଂ ଖଣ୍ଡିଏ ଘର  ଏମିତି ବି ତିନି ପୁଅଙ୍କ ପାଇଁ  ହୁଇଲ୍  ଚେୟାର ବି  ଖଣ୍ଡିଏ ନାହିଁ ସୂଚନା ଅନୁଯାୟୀ ଜଣେ ପୁଅ କେବଳ ଚେୟାର ପାଇଥିବା ବେଳେ ଆଉ ଦୁଇ ଜଣ ପାଇନାହାନ୍ତି । ଆଉ ଦୁଇ ପୁଅଙ୍କ ପାଇଁ ହୁଇଲ୍ ଚେୟାର ପାଇଁ ପ୍ରଶାସନ ଏବଂ ରାଜନେତାଙ୍କ ପାଖକୁ ଦୌଡ଼ି ଦୌଡ଼ି ହାଲିଆ ହେଇଗଲେଣି କିନ୍ତୁ କାହାର କିଛି ଦେଖା ନାହିଁ । ଯେତେବେଳେ ଆମ ରାଜ୍ୟର ମୁଖିଆ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ମୋ ଓଡ଼ିଶା ରେ ଜଣେ ବି କେହି ଉପାସ ରହିବେନି କିନ୍ତୁ ଏ ହେଉଛି ଆମ ରାଜ୍ୟର ଗରିବ ଭାଇର କରୁଣ କାହାଣୀ ଏଠି ସରକାରଙ୍କ ଯୋଜନା ମାଳ ମାଳ ଥିବା ବେଳେ ଏଠି କିନ୍ତୁ ବାଟ ବଣା ଏ ପରିବାର ଟି ଦିନେ ଖାଇଲେ ଦୁଇ ଦିନ ଉପାସ ।ସ୍ଥାନୀୟ ବିଧାୟକ କହୁଛନ୍ତି ମୋ ନିର୍ବାଚନ ମଣ୍ଡଳୀ ସୁକିନ୍ଦାରେ ଜଣେ ବି କେହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେନାହିଁ ମୋ ସୁକିନ୍ଦା ସୁନାର ସୁକିନ୍ଦା ଏହି ଦୃଶ୍ୟକୁ ଦେଖିଲେ କେହି କହିବେନି ଏ ହେଉଛି ସୁନାର ସୁକିନ୍ଦା ।  ଆମ ସନ୍ଧାନ ନିଉଜ୍  ଖବର ମାଧ୍ୟମରେ ଜିଲ୍ଲା ପ୍ରଶାସନ  ସେଚ୍ଛାସେବୀ ସ୍ଥାନୀୟ ବିଧାୟକଙ୍କୁ ଅନୁରୋଧ କରୁଛୁ ଏହାର ତୁରନ୍ତ ସ୍ଥାୟୀ ସମାଧନ ର ବାଟ ବାହାର କରି ଏ ଗରିବ କୁନା ମଳିକ ଙ୍କର ଦୁଃଖ ଦୂର କରିବାରେ ସହଯୋଗ କରନ୍ତୁ,।

Related Posts

About The Author

Add Comment