ଜେନାପୁର, ୦୮/୧୨/ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)ସୋମବାର ଦିନ ଅପରାହ୍ନରେ ମର୍ଜିତାପୁର ନିକଟସ୍ଥ ଏକ କିଆବୁଦା ନିକଟରୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ ଦେହ ମିଳିଛି । ମୃତକ ଜଣକ ହେଉଛନ୍ତି ଧର୍ମଶାଳା ବ୍ଲକ ଅଧୀନ ଜେନାପୁର ଥାନା ଅନ୍ତର୍ଗତ ମର୍ଜିତାପୁର ଦଳିତ ସାହି ର ସ୍ବର୍ଗତ ନିର ଜେନାଙ୍କ ପୁଅ ଜଳଧର ଜେନା(୫୫) । ସୂଚନା ଅନୁଯାୟୀ ଜଳଧର ନିଜ ଗ୍ରାମ ନିକଟସ୍ଥ ଏକ ପଡିଆକୁ ଛେଳି ଚରାଇବାକୁ ନେଇଥିବା ବେଳେ ତାଙ୍କର ବଡଭାଇ ମେଘନାଦ ଜେନା କୌଣସି କାରଣ ପାଇଁ ଉକ୍ତ ସ୍ଥାନକୁ ଯାଇଥିବା ବେଳେ ଜଳଧଙ୍କର ମୃତଦେହ ଏକ କିଆବୁଦା ପାଖରେ ପଡିଥିବା ଦେଖି ଘରକୁ ଯାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଓ ସାହି ପଡିଶା ଲୋକ ମୃତ ଦେହ ପଡିଥିବା ସ୍ଥାନରେ ପହଁଚିଲାବେଳକୁ ମୃତ ଦେହ ସେଠାରେ ନଥିବାର ଦେଖିଥିଲେ । ଆଖ ପାଖ ସ୍ଥାନରେ ବହୁ ଖୋଜା ଖୋଜି କରିବା ପରେ ଅନ୍ୟ ଏକ କିଆବୁଦା ଉପରେ ଜଳଧରଙ୍କର ଏକ ଗାମୁଛା ଓ ମୁଣ୍ଡ ତଲାରୀ ପଡିଥିବା ଦେଖିବାକୁ ପାଇଥିଲେ । ଏହାକୁ ଦେଖି ଉକ୍ତ ସ୍ଥାନରେ ଖୋଜାଖୋଜି କରିବାରୁ ଏକ କିଆବୁଦା ଭିତରୁ ଜଳଧରଙ୍କର ମୃତ ଦେହକୁ ପାଇ ପୋଲିସକୁ ଖବର ଦେଇଥିଲେ । ଜଳଧରଙ୍କର ଶରୀରରେ ଛାତି,ପିଠିରେ କ୍ଷତ ଓ ଠେଙ୍ଗା କିମ୍ବା ରଡ଼ରେ ମାଡ଼ ଚିହ୍ନ ଥିବାବେଳେ ବାମ ହାତ ଖୁଆଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଏହାକୁ ନେଇ ଜଳଧରଙ୍କର ପରିବାର ପକ୍ଷରୁ ତାଙ୍କୁ କେହି ଲୁହା ରଡ଼ କିମ୍ବା ଠେଙ୍ଗାରେ ପିଟି ମାରିଦେଇଥିବା ସନ୍ଦେହ କରାଯାଉଛି । ସୂଚନା ଥାଉକି କିଛିଦିନ ପୂର୍ବରୁ ଜଳଧରଙ୍କ ପରିବାର ଓ ତାଙ୍କ ଗାଁର ଅନ୍ୟ ଏକ ଗୋଷ୍ଠୀ ସହ ଗଣ୍ଡଗୋଳ ଘଟି ୪ ଜଣ ଆହତ ହୋଇଥିବା ବେଳେ ଜଳଧରଙ୍କ ଦୁଇ ପୁଅ ଏବେବି ଜେଲରେ ଅଛନ୍ତି । ଅନ୍ୟ ପକ୍ଷରେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ଘଟିଥାଇପରେ ବୋଲି ଆଲୋଚନା ହେଉଛି । ଘଟଣା ସ୍ଥାନରେ ଜେନାପୁର ପୋଲିସ ପହଁଚି ମୃତ ଦେହକୁ ଜବତ କରି ଦାନଗଦି ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥାନାରେ ୪୦୭/୨୦ରେ ଏକ ହତ୍ୟା ଜନିତ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଘଟଣାର ତଦନ୍ତ ପରେ ପ୍ରକୃତ ହତ୍ୟାକାରୀ ଜଣାପଡିବ ବୋଲି ଥାନାଧିକାରୀ ଆଶିଷ କୁମାର ସାହୁ କହିଛନ୍ତି ।
କିଆ ବୁଦାମୁଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
|
December 9, 2020 |