କାହିଁକି ସବୁବେଳେ ଏପେଟ ସେପେଟ ଘୁରି ବୁଲୁଥିଲେ ନାରଦ : ବ୍ରାହ୍ମଙ୍କ ଅଭିଶାପ ଯୋଗୁଁ ରହିଯାଇଥିଲେ ଅବିବାହିତ

Spread the love

୧୫/୧୨ (ସନ୍ଧାନ ନିଉଜ) : ଭଗବାନ ବିଷ୍ଣୁଙ୍କ ଚରମ ଭକ୍ତ ନାରଦ ମୁନୀଙ୍କ ଜନ୍ମ ବ୍ରହ୍ମାଙ୍କ କୋଳରେ ହୋଇଥିଲା । ବିଶ୍ୱ ବ୍ରହ୍ମାଣ୍ଡରେ ଘଟୁଥିବା ସମସ୍ତ ଘଟଣା ସମ୍ପର୍କରେ ନାରଦ ସୂଚନା ଦେଉଥିଲେ । ନାରଦଙ୍କ ଆଦର କେବଳ ଦେବତା ନୁହେଁ ବରଂ ଅସୁରମାନେ ମଧ୍ୟ କରୁଥିଲେ । ନାରଦଙ୍କୁ ଦେବଋଷି ବୋଲି ମଧ୍ୟ କୁହାଯାଏ ।

ପୌରାଣିକ କଥା ଆନୁଯାୟୀ, ନାରଦ ଭଗବାନ ବ୍ରହ୍ମାଙ୍କ କୋଳରେ ଜନ୍ମ ହୋଇଥିଲେ । କିନ୍ତୁ ଏଥିପାଇଁ ତାଙ୍କୁ ପୁର୍ବ ଜନ୍ମରେ ତପସ୍ୟା କରିବାକୁ ପଡିଥିଲା । ପୁର୍ବ ଜନ୍ମରେ ନାରଦ ଗର୍ନ୍ଧବ କୂଳରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ନାଁ ଥିଲା ଉପବର୍ହଣ । ନିଜ ରୂପକୁ ନେଇ ସେ ବହୁତ ଗର୍ବ କରୁଥିଲେ । ଥରେ କିଛି ଅପସରା ଗର୍ନ୍ଧବ ଗୀତ ଓ ନୃତ୍ୟରେ ଭଗବାନ ବ୍ରହ୍ମାଙ୍କ ଉପାସନା କରିଥିଲେ । ସେତେବେଳେ ଉପବର୍ହଣ ସ୍ତ୍ରୀଙ୍କ ଶୃଙ୍ଗାର ଭାବରେ ସେଠାକୁ ଆସିଥିଲେ ।

ବ୍ରହ୍ମା ଏଥିରେ କ୍ରୋଧିତ ହୋଇ ଉପବର୍ହଣଙ୍କୁ ଅଭିଷାପ ଦେଇଥିଲେ ଯେ ସେ ସୁଦ୍ଧ ଯୋନିରେ ଜନ୍ମ ହେବେ । ଉପବର୍ହଣଙ୍କ ଜନ୍ମ ଜଣେ ସୁଦ୍ଧ ଦାସୀଙ୍କ ପୁତ୍ର ଭାବେ ହେଲା । ଉଭୟ ମାତା ପୁତ୍ର ସୁଦ୍ଧ ମନରେ ସାଧୁ ସନ୍ଥଙ୍କ ସେବା କରୁଥୁଲେ । ତାଙ୍କୁ ଯେତେବେଳେ ୫ ବର୍ଷ ବୟସ ହୋଇଥିଲା ତାଙ୍କ ମାଙ୍କ ମୃତ୍ୟୁ ହୋଇଯାଇଥିଲା । ସେ ଜୀବନ ସାରା ଇଶ୍ୱରଙ୍କ ସେବା କରିବେ ବୋଲି ସଂକଳ୍ପ ନେଲେ । ପରବର୍ତ୍ତୀ ଜନ୍ମରେ ସେ ଭଗବାନ ବ୍ରହ୍ମାଙ୍କ କୋଳରେ ଜନ୍ମ ନେଇଥିଲେ ।

ନାରଦ ଅବିବାହିତ ଥିଲେ । ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ବ୍ରହ୍ମା ତାଙ୍କୁ ନିଜ କାମରେ ସାହାଯ୍ୟ କରିବା ପାଇଁ କହିଥିଲେ । ସେ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ନାରଦ ବ୍ରହ୍ମାଙ୍କ କଥା ଅସ୍ବୀକାର କରିଦେଇଥିଲେ । ବ୍ରହ୍ମା ବହୁତ ବୁଝାଇବା ସତ୍ୱେ ସେ ବୁଝିନଥିଲେ ଏବଂ ବ୍ରହ୍ମା ରାଗିଯାଇ ତାଙ୍କୁ ଜୀବନ ସାରା ଅବିବାହିତ ହୋଇ ରହିବା ଅଭିଷାପ ଦେଇଥିଲେ ।

ନାରଦ ସବୁବେଳେ ଏପେଟ ସେପେଟ ଘୁରି ବୁଲୁଥିଲେ । ରାଜା ଦକ୍ଷଙ୍କ ପତ୍ନୀ ଆଶକ୍ତି ୧୦ ହଜାର ପୁତ୍ରଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ କେହି ମଧ୍ୟ ରାଜଗାଦି ସମ୍ଭାଳି ନଥିଲେ । କାରଣ ନାରଦ ସମସ୍ତଙ୍କୁ ମୋକ୍ଷ ରାସ୍ତାରେ ଚାଲିବା ଶିଖାଇଥିଲେ । ଏହାପରେ ରାଜା ଦକ୍ଷ ପଞ୍ଚଜନୀଙ୍କୁ ବିବାହ କରିଥିଲେ । ସେ ହଜାରେ ପୁତ୍ରଙ୍କୁ ଜନ୍ମ ଦେଇଥିଲେ । ଏମାନଙ୍କୁ ମଧ୍ୟ ନାରଦ ସବୁ ପ୍ରକାର ମୋହ ମାୟା ଠାରୁ ଦୂରେଇ ରହି ମୋକ୍ଷ ରାସ୍ତାରେ ଚାଲିବା ଶିଖାଇଥିଲେ

ଏଥିରେ ରାଜା ଦକ୍ଷ ଅତ୍ୟନ୍ତ କ୍ରୋଧିତ ହୋଇ ନାରଦଙ୍କୁ ଅଭିଶାପ ଦେଇଥିଲେ । ସେ ଅଭିଶାପ ଦେଇଥିଲେ ଯେ, ନାରଦ ସବୁବେଳେ ଏପେଟ ସେପେଟ ଘୁରି ବୁଲିବେ । ସେ ଗୋଟିଏ ଜାଗାରେ ଅଧିକ ସମୟ ରହିପାରିବେ ନାହିଁ

Related Posts

About The Author

Add Comment