ଶ୍ରୀନଗର, ୩୦/୭ (ସନ୍ଧାନ ନିଉଜ) : ଜାମ୍ମୁ ଓ କାଶ୍ମୀରରେ ଆଜି ସୁରକ୍ଷା ବଳକୁ ଏକ ବଡ଼ ସଫଳତା ମିଳିଛି । ଗତ ଜୁନ ୧୨ରେ ହୋଇଥିବା ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଜୈସ କମାଣ୍ଡର ଫୟାଜ ପଞ୍ଜୁ ଆଜି ସୁରକ୍ଷା ବଳ ହାତରେ ପ୍ରାଣ ହରାଇଛି ।
ପୁଲିସ ସୁତ୍ରରୁ ପ୍ରକାଶ ଯେ ଅନନ୍ତନାଗ ଜିଲ୍ଲାର ବେଜବିହାରା ଅଞ୍ଚଳରେ ଆଜି ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ବେଳେ ପଞ୍ଜୁ ନିହତ ହୋଇଛି । ଏହି ଏନକାଉଣ୍ଟରରେ ପଞ୍ଜୁର
ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲାର କାଟୁ ବେଜବିହାରା ଅଂଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ସେନା ଓ ପୁଲିସର ଏକ ମିଳିତ ଦଳ ଉକ୍ତ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା । ଏହି ତଲାସୀ ବେଳେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବା ପରେ ସୁରକ୍ଷା ବାହିନୀ ତୁରନ୍ତ ତାହାର ଜବାବ ଦେଇଥିଲା । ଏହି ଗୁଳି ବିନିମୟ ବେଳେ ଉପରୋକ୍ତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ।ଏକ ସହଯୋଗୀ ମଧ୍ୟ ନିହତ ହୋଇଛି ।