ସୁକିନ୍ଦା ୨୫/୦୯ (ସନ୍ଧାନ ନିଉଜ) ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଙ୍କପାଳ ଶାସନ ପଞ୍ଚାୟତ ମନୋହର ପୁର ଗ୍ରାମର ନିତ୍ୟାନନ୍ଦ ବିଶ୍ୱାଳଙ୍କ (୫୫) ବୟଷରେ ପରଲୋକ ହୋଇଯାଇଛନ୍ତି । ସେ ଥିଲେ ଜଣେ ନି ସ୍ୱାର୍ଥ ପର ମଣିଷ , ପର ଉପକାରୀ,ମିଷ୍ଟା ଭାଷୀ, ଓ ଜଣେ ଭଲ ମେଳାପି ମଣିଷ, ତାଙ୍କର ଏହି ଅକାଳ ବିୟୋଗରେ ପରିବାର ଓ ଆଖ ପାଖ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଘଟଣାରୁ ପ୍ରକାଶ ଗତ ୨୧ ତାରିଖ ରାତିର ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସଂଗେ ସଂଗେ ତାଙ୍କୁ ଦାନଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଳିଙ୍ଗ ନଗର ସ୍ଥିତ ଟାଟା ମେଡିକାଲକୁ ନେଇଯାଇଥିଲେ ବଡ଼ ଦୁଃଖର ବିଷୟ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିନଥିଲେ କହିଲେକି କର ରୋନା ଟେଷ୍ଟ ରିପୋର୍ଟ ଦିଅ ନଚେତ ଅନ୍ୟ କେଉଁଠାକୁ ନେଇଯାଅ । ନିରାଶ ହୋଇ ଶେଷରେ କଟକ ନେଇ ଯାଇଥିଲେ ସେଠାରେ ମଧ୍ୟ ସେଇ ଅବସ୍ଥା ପ୍ରାୟ ୧୦ ,୧୨/ଟି ଘରୋଇ ମେଡିକାଲ ନେଇଥିଲେ ସେଠାରେ କୌଣସି ମେଡିକାଲ ଚିକିତ୍ସା କରିନଥିଲେ ,ନିରାଶ ହୋଇ ନିତ୍ୟାନନ୍ଦ ଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ ସେଠାରେ ତାଙ୍କର କୋବିଡି ପରୀକ୍ଷା କରାଇ ଥିଲେ ।କୋବିଡି ରିପୋର୍ଟ ନେଗେଡିଭ୍ ଆସିବାରୁ ତାଙ୍କୁ ପୁନର୍ବାର କଟକର ଏକ ଘରୋଇ ହସ୍ପିଟାଲରେ ନେଇ କୋବିଡି ରିପୋର୍ଟ ଦେଖାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଲା ବେଳକୁ ଅବସ୍ଥା ବହୁ ଗୁରୁତ୍ୱ ହେଇଯାଇଥିଲେ ସଂଗେ ସଂଗେ ତାଙ୍କୁ ଆଇ, ସି, ଇଉ ,ରେ ଭର୍ତ୍ତି କରି ଭେଂଟି ଲେଟରେ ରଖାଯାଇ ଥିଲା । ଗୋଟେ ଦିନ ରହିଲା ପରେ ଚିକିତ୍ସା ଅଭାବରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ନିତ୍ୟାନନ୍ଦଙ୍କ ମର ଶରୀରକୁ ଗ୍ରାମକୁ ଆଣି ସରକାରଙ୍କ କୋବିଡ଼ି ନିୟମ କୁ ପାଳନ କରି ସୁଳ୍ପ ମଣିଷରେ ନିଜ ବାଡ଼ିରେ ଶେଷକୃତ୍ୟ ସଂମ୍ପୃନ କରିଥିଲେ ।ବଡ଼ ଦୁଃଖର ବିଷୟ ଯେ ଡାକ୍ତରଙ୍କ ଚିକିତ୍ସା ଅଭାବରୁ ମନୋହର ପୁର ଗ୍ରାମର ଜଣେ କର୍ତ୍ତବ୍ୟ ନିଷ୍ଟ୍ୟ ପରାଉପକାରୀ ଦରଦୀ ବନ୍ଧୁଙ୍କୁ ଆଜି ସାରା ଅଞ୍ଚଳ ଝୁରୁଛି ।
କାଳ ହେଲା କରୋନା ଭୟ: ଶେଷରେ ହୃଦ୍ ଘାତରେ ଆଖି ବୁଜିଲେ ସମାଜସେବୀ
|
September 25, 2020 |