କାଳିଆ ଯୋଜନା : ମୂୟୂରଭଞ୍ଜ ଜିଲ୍ଲାରେ ୫୩୬୪ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ, ଟଙ୍କା ଫେରାଇବାକୁ ନୋଟିସ

Spread the love

ବାରିପଦା ୩୧/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ୨୦୧୮ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ କାଳିଆ ଯୋଜନା ଆରମ୍ଭ କରିଥିଲେ । କୃଷକମାନଙ୍କୁ ଆର୍ଥିକ ସହାୟତା ଚୟନର ସ୍ଵାଧୀନତା ପ୍ରଦାନ ପୂର୍ବକ ସଶକ୍ତି କରଣ ନିମନ୍ତେ ପ୍ରେରଣା ଯୋଗାଇ ଦେବା ସାଙ୍ଗକୁ କୃଷିର ଅଭିବୃଦ୍ଧି ଓ ବିକାଶ କରାଇବା , ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନୃତିକରଣ ଦ୍ଵାରା କୃଷି ର ଉତ୍ପାଦକ ଓ କୃଷକମାନଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଆୟକୁ ବୃଦ୍ଧି କରାଇବା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଅସମର୍ଥ କୃଷି ପରିବାର, ଭୂମିହୀନ ଓ ନାମମାତ୍ର ଚାଷୀଙ୍କୁ ରଣଯନ୍ତା ଓ ଦାରୀଦ୍ରରୁ ମୁକ୍ତି ଦେବା ଯୋଜନାର ଲକ୍ଷ ଥିଲା । ଏଥି ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗ୍ୟ ବ୍ୟକ୍ତି ଚୟନ ନିମନ୍ତେ ଏକ ଗାଇଡ଼ ଲାଇନ ଜାରି କରାଯାଇଥିଲା । କିନ୍ତୁ, ମୟୁରଭଞ୍ଜ ଜିଲ୍ଲାରୁ ଉକ୍ତ କାଳିଆ ଯୋଜନାରେ ଯୋଗ୍ୟ ଓ ଅଯୋଗ୍ୟ । ହିତାଧିକାରୀ ସାମିଲ ହୋଇ ସିଧାସଳଖ ଭାବେ ଯୋଜନାରେ ମିଳୁ ଥିବା ରାଶି କୁ ହାତେଇ, ନେଇଥିଲେ । ପରବର୍ତ୍ତୀ ସମୟରେ କୃଷି ବିଭାଗ ପକ୍ଷରୁ ଅଯୋଗ୍ୟ । ହିତାଧିକାରୀୟାନଙ୍କର ଏକ ଡାଟାବେସ ପ୍ରସ୍ତୁତ କରିଛନ୍ତି । ଭୂଲେଖ, ଫସଲବୀମା, ସରକାରୀ  ଢାଂଚାରେ ଚାଷୀ ବିକ୍ରି କରିଥିବା ଧାନର ପରିମାଣ ଓ ରେଶନ କାର୍ଡ଼ ଆଦି ବିଭିନ୍ନ ବିଭାଗରୁ ଡ଼ାଟା ସଂଗ୍ରହ କରି ଖୋଳତାଡ଼ ଆରମ୍ଭ ହେବା ପରେ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ କାଳିଆ ଯୋଜନାରେ ୫ ହଜାର ଟଙ୍କା ପାଇଥିବା ୫୩୬୪ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯିବା ପରେ ଟଙ୍କା ଫେରାଇବାକୁ ନୋଟିସ ଜାରି କରାଯାଇଛି । ଏହାମଧ୍ୟରେ କପ୍ତିପଦା  ବ୍ଲକରେ ସର୍ବାଧିକ ୫୭୦, ଉଦଳା ବ୍ଲକରେ ୫୦୦, ବେତନଟୀ-  ୩୭୦, ଗୋପବନ୍ଧୁନଗର -୩୫୧, ମୋରଡ଼ା- ୩୨୫, ବଡ଼ସାହି-୩୧୩, ଶାମାଖୁଣ୍ଟା -୨୨ ୦, ଠାକୁରମୁଣ୍ଡା- ୨୦୪, ‘ ରାସଗୋବିନ୍ଦ ପୁର- ୧୯୯ ,ବାଙ୍ଗିରିପୋଷି- ୧୮୩, ଖୁଣ୍ଟା -୧୮୨, କୁଳିଅଣା-୧୫୮, । ଜାମଦା- ୧୫୬, ରରୁଆଁ-୧୫୪, ବିଶୋଇ- ୧୪୮, ସାରସକଣା- ୧୪୬, ବହଳଦା-୧୪୪, ଶୁଳିଆପଦା ୧୪୦, ଯଶୀପୁର- ୧୩୨, କୁସୁମୀ- ୧୨୯, କରଞ୍ଜି ଆ- ୧୨୩, ଶୁକୁଳି -୧୨୦, ବାରିପଦା-୧୦୯, ରାଇରଙ୍ଗପୁର- ୧୦୫, ବିଜାତୋଳା- ୯୯ ଓ ତିରି ବ୍ଲକରେ ସର୍ବ ନିମ୍ନ ୮୪ ଜଣ ଅଯୋଗ୍ୟ ହିତାଧିକାରୀ ରହିଥିବାର ସରକାରଙ୍କ ପକ୍ଷରୁ ଚିହ୍ନଟ କରାଯାଇ କାଳିଆ ଯୋଜନାରୁ ଉଠାଇଥିବା  ଅର୍ଥ ପୈଠ କରାଇବା ନିମନ୍ତେ ଏକ  ମାର୍ଗଦର୍ଶିକା ଜାରି କିଛନ୍ତି । ଜିଲ୍ଲା କୃଷି ବିଭାଗ ଅଧିକାରୀ ନିଜ କାର୍ଯ୍ୟାଳୟ ବିଭାଦୀୟ ଓ୍ବେସାଇଟ୍ କୁ ଯାଇ ମାର୍ଗଦର୍ଶି କାକୁ ଡ଼ାଉନଲୋଡ଼ କରିବା ପରେ ଜିଲ୍ଲାର ପ୍ରତ୍ୟେକ ବ୍ଲକସ୍ତରରେ ବ୍ଲକ କୃଷି ଅଧି କାରୀ ବିଭାଗୀୟ ଗ୍ରାମସେବକମାନଙ୍କ ଜରିଆରେ  ପ୍ରତ୍ୟେକ ଚାଷୀଙ୍କୁ ଦୁଇଟି ଲେଖାଏଁ ନୋଟିସ ଜାରି କରାଇବେ ଏବଂ ଗୋଟାଏରେ ଚାଷୀ ନୋଟିସ ପାଇଲେ ବୋଲି ସ୍ବାକ୍ଷର କରି । ଗ୍ରାମସେବଙ୍କୁ ପ୍ରଦାନ କରିବେ ବୋଲି କୁହାଯାଇଛି । ବର୍ତ୍ତମାନ  ମୟୁରଭଞ୍ଜ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଚିହ୍ନଟ ହୋଇଥିବା ୫୩୬୪ ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ  ଜାରି କରାଇବା କାର୍ଯ୍ୟ ଚାଲୁ ରହିଛି । ଉକ୍ତ ନୋଟିସରେ ଚାଷୀମାନଙ୍କୁ ଟଙ୍କା ଫେରସ୍ତ କରାଇବା ନିମନ୍ତେ ଅନୁରୋଧ କରାଯାଇଛି ଏବଂ ଟଙ୍କା ଫେରସ୍ତ ନ ଦେଲେ ସରକାରଙ୍କ ପକ୍ଷରୁ କେଉଁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଏହି ସମୟ ରେ କାର୍ଯ୍ୟରତ ବିଭାଗୀୟ ଗ୍ରାମସେବକମାନେ ଚାଷୀଙ୍କୁ ନୋଟିସ ଜାରି କରିବାକୁ ଯାଇଥିବା ବେଳେ ହଟହଟାର ସମ୍ମୁଖୀନ ହେଉଥିବାର ପରିଲକ୍ଷିତ ହୋଇଛି । ଅଧିକାଂଶ ଚାଷୀ ଦସ୍ତଖତ ଦେବାକୁ ମନା କରୁଥିବା ସମୟ ରେ କେତେକ ବ୍ୟକ୍ତି ଦସ୍ତଖତ ଦେଇଥିବାର ପରିବାର  ଜାଣିବା ପରେ ପରିବାରରେ ଶାନ୍ତି ଭଙ୍ଗ ହେଉଥିବାର ଜଣାପଡ଼ିଛି । ପୁଣି ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଅଯୋଗ୍ୟ ତାଲିକାରେ ଥିବା କେତେକ ଚାଷୀ ନିଜକୁ ଯୋଗ୍ୟ ହିତାଧିକାରୀ ବୋଲି ଦୃଢ଼ ଭାବେ ଦାବି କରୁଥିବାର ଜଣାପଡ଼ିଛି । ଏଥି ସହିତ କେତେକ ଚାଷୀ ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଛନ୍ତି । ପ୍ରଥମରେ ସରକାର ଚିହ୍ନଟ କରିଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ

ନେଇ ନିଜେ ସନ୍ଦେହ ଭିତରେ ରହିଛି । କାରଣ ଜିଲ୍ଲାରେ ହିତାଧିକାରୀ ତାଲିକାକୁ ଭଲ ଭାବେ ଯାଂଚ କରାଗଲେ ଯୋଗ୍ୟ ଭିତରୁ କେତେକ ଅଯୋଗ୍ୟ ବାହାରି ପାରନ୍ତି ଏବଂ ଅଯୋଗ୍ୟ ଭିତରୁ ଯୋଗ୍ୟ ହିତାଧିକାରୀ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି କେତେକ ପ୍ରଶ୍ନ ଉଠାଇଥିବାର ଜଣାପଡ଼ିଛି । ଏ ବିଷୟରେ ଜିଲ୍ଲା କୃଷି ବିଭାଗର ଉପନିର୍ଦ୍ଦେଶକ ଦାମୋଦର ସେଠୀ ଆମକୁ  ଚାଷୀମାନଙ୍କୁ ନୋଟିସ ଲଗାଇବା ନିମନ୍ତେ କୁହାଯାଇଛି, ଆମେ କେବଳ ଆମର ଦାୟିତ୍ୱ ସମ୍ପାଦନ କରି ବାରେ ଲାଗିଛୁ । ଅନ୍ୟ ସବୁ କିଛି ଭୁବନେଶ୍ବର କୃଷି  ବିଭାଗରୁ ଜାଣି ପାରିବେ ବୋଲି  ପ୍ରକାଶ କରିଥିଲେ ।

Related Posts

About The Author

Add Comment