କାଳିଆ କରୁଛି ଲୀଳା: ଚାଷୀଙ୍କ ନାମ କାଳିଆରୁ ବାଦ, ବଡବଡିଆଙ୍କୁ ଯାଜପୁର କୃଷି ଅଧିକାରୀଙ୍କ ଅନୁକମ୍ପା

Spread the love

ଯାଜପୁର ସଦର (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲାରେ ବିଭିନ୍ନ ୧୦ଗୋଟି ବ୍ଲକ୍ରେ ମୁଖ୍ୟମନ୍ତ୍ରଙ୍କ କାଳିଆ ଯୋଜନା କାହାପାଇଁ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନା ଚାଷିମାନଙ୍କ ପାଇଁ ଉଦ୍ଧିଷ୍ଠ ହୋଇଥିବା ବେଳେ ସେଥି ମଧ୍ୟରୁ ଏହି ଜିଲ୍ଲାରେ କୃଷି ଅଧିକାରୀଙ୍କ ରିପୋର୍ଟ ଅନୁୟାୟୀ କାଳିଆ ଯୋଜନା ନାମମାତ୍ର ଚାଷି, ଭୂମିହୀନ ଏବଂ ଚାଷୀ ମାନଙ୍କ ଉଦ୍ଦିଷ୍ଠ ଥିବା ବେଳେ, ପ୍ରକୃତ ହିତାଧିକାରୀ ମାନଙ୍କୁ କାଳିଆ ଯୋଜନା ଟଙ୍କା ମିଳିନଥିବା ବେଳେ, ଗୋଟିଏ ଗୋଟିଏ ପରିବାର ପକ୍ଷରୁ ୫ଜଣରୁ ୮ଜଣ ପର୍ଯ୍ୟନ୍ତ ଟଙ୍କା ନେଇଥିବା ବିଭିନ୍ନ ଗଣମାଧ୍ୟମରେ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ତାଙ୍କ ଏକାଉଣ୍ଟକୁ ଟଙ୍କା ପଠାଯାଇଛି । ଯାହାକି ସରକାରଙ୍କ ପାଖରେ ଚାଷୀ ମାନଙ୍କ ତାଲିକା କୃଷି ଅଧିକାରୀ ଦାଖଲ କରିଥିବା ବେଳେ, ସେମାନେ କିପରି ଅଯୋଗ୍ୟ ହିତାଧିକାରୀ ହେଲେ ତାହା ସରକାରଙ୍କର ସର୍ଭେ ରିପୋର୍ଟ ଅନୁୁୟାୟୀ ଚାଷି ମାନଙ୍କୁ ଚିହ୍ନଟ କରାଯାଇ ପ୍ରତି ପଂଚାୟତ କାର୍ଯ୍ୟାଳୟ ମାନଙ୍କରେ ତାଲିକା ପ୍ରସ୍ଥୁତ କରାଯାଇ ଚୟନ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ଲକ୍ରେ ଥିବା ନୋଡାଲ ଅଫିସର ମାନେ ପ୍ରକୃତ ହିତାଧିକାରୀ ମାନଙ୍କୁ କିପରି ଜାଣି ପାରିଲେ ନାହିଁ ତାଲିକା ହିତାଧିକାରି ମାନଙ୍କର ବଦଳା କରାଗଲା ରାଜ୍ୟ ସରକାର ଭୂମିହିନ ଚାଷିମାନଙ୍କୁ ପ୍ରଥମ କିସ୍ତିରେ ୧୨୫୦୦.୦୦ ଟଙ୍କା ଦେବାକୁ ଥିବା ବେଳେ, ସେମାନଙ୍କ ଏକାଉଣ୍ଟକୁ ୫୦୦୦.୦୦ ଟଙ୍କା ଆସୁଥିବା ଦେଖିବାକୁ ମିଳିଚି । ଗୋଟିଏ ପଂଚାୟତରେ ୩୦୦୦ ହିତାଧିକାରୀ ଆବେଦନ କରିଥିବା ବେଳେ, ସରକାଙ୍କପକ୍ଷରୁ ଚିହ୍ନଟ କରାନଯାଇ ସେମାନଙ୍କ ଏକାଉଣ୍ଟକୁ ଟଙ୍କା ଆସିବା ଘଟଣା ପୁଣି ସରକାର ଟଙ୍କା ଫେରସ୍ତ ନେବା ପାଇଁ ଘୋଷଣା କରିଛନ୍ତି । ସରକାରଙ୍କର ଏକାଉଣ୍ଟରେ ଟଙ୍କା ପଠାଇବାକୁ ନିଦେ୍ର୍ଦଷ ଦିଆଯାଇଛି ।

Related Posts

About The Author

Add Comment