କୋରାପୁଟ, ୨୯/୫ (ସନ୍ଧାନ ନିୟୁଜ) : କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ ଅନ୍ତର୍ଗତ ରାମଗିରି ପଞ୍ଚାୟତ ର କଟ୍ରାକୁଣ୍ଡ ରେ କାଳବୈଶାଖୀ ର କରାଳ ରୂପ ଦେଖିବାକୁ ମିଳିଛି ।ପ୍ରବଳ ପବନ ଯୋଗୁଁ କଟ୍ରାକୁଣ୍ଡ ଗ୍ରାମର ୧୫ରୁ ଉର୍ଦ୍ଧ୍ବ ଘର ନଷ୍ଟ ହୋଇଯାଇଛି ।ବିଶେଷ କରି ବୈପାରିଗୁଡା ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।ଅନେକ କ୍ଷତିଗ୍ରସ୍ତ ପରିବାର ଖୋଲା ଆକାଶ ତଳେ ଆଶ୍ରୟ ନେଉଛନ୍ତି ।ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ସହ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିଛି ।୧୫ରୁ ଉର୍ଦ୍ଧ୍ବ ଘରର ଛପର ଉଡିଯିବା ପରେ ଲୋକେ ବାତ୍ୟା ଫୋନି କି ମନେ ପକାଇଛନ୍ତି ।ଖବର ରୁ ପ୍ରକାଶ ଯେ, ବୈପାରିଗୁଡା ବ୍ଳକ ରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇଥିଲା ।ଅତି ଜୋରରେ ପବନ ବୋହିବାରୁ ରାମଗିରି ପଞ୍ଚାୟତ ର କଟ୍ରାକୁଣ୍ଡ ଗ୍ରାମରେ ୧୫ରୁ ଉର୍ଦ୍ଧ୍ବ ଘରର ଛପର ଉଡିଯାଇଥିଲା ।ଏପରିକି କଟ୍ରାକୁଣ୍ଡ ଗ୍ରାମ ପୁରା ଛାରଖାର ହୋଇଯାଇଥିଲା ।ବହୁ ଜୋରରେ ପବନ ବୋହିବାରୁ ଅଳ୍ପ ସମୟ ମଧ୍ୟରେ ବହୁ ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା ।କାଳବୈଶାଖୀ ରେ ଘର ନଷ୍ଟ ହେବାପରେ ଅନେକ ପରିବାର ଖୋଲା ଆକାଶ ତଳେ ଆଶ୍ରୟ ନେଇଥିଲେ ।ଏହି ଗ୍ରାମର ଅଧିକାଂଶ ଚାଳ ଘରର ଛପର ସମେତ ଆଜବେଷ୍ଟସ ଉଡ଼ାଇ ନେଇଛି ।କଟ୍ରାକୁଣ୍ଡ ଗ୍ରାମର ନିଧି ଟାକ୍ରି,ସୁରେନ୍ଦ୍ର ଦଳେଇ,ହରି ବିଷୋୟୀ, ସୁମନ ମାଣ୍ଡି,ସଦା ଟାକ୍ରି,ରତନ ଖରା, ସଦନ ଖରା,ସମାରୀ ଦଳେଇ, କ୍ରିଷ୍ଣା ଦଳେଇ, ସୁକୁ ଖିଲ ଙ୍କ ଘରର ଛପର ଉଡିଯାଇଛି ।ଅନ୍ୟ ପଟେ ଚିପାକୁର ପଞ୍ଚାୟତ ର ସୁନ୍ଦରଯୋଡ଼ି ଗ୍ରାମର ୨ଟି ପରିବାର ର ଘରର ଛପର ଉଡିଯାଇଛି ।ସେମାନେ ହେଲେ ସୁନ୍ଦରଯୋଡ଼ି ଗ୍ରାମର ଶାନ୍ତିମଣୀ ପାଙ୍ଗି ଓ ବୁଡୁ ଧାଙ୍ଗଡାମାଝୀ ।ଘର ନଷ୍ଟ ହେବା ପରେ ଉଭୟ ପରିବାର ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି ।ଯଥା ଶୀଘ୍ର ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ର ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।