ଭୁବନେଶ୍ଵର, ୧୧/୦୫ (ସନ୍ଧାନ ନିଉଜ) : ନୟାଗଡ଼ ଓ ରାଉରକେଲାରେ କାଳବୈଶାଖୀ ତାଣ୍ଡବ ରଚିଛି। ନୟାଗଡରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତ ଜଣଙ୍କ ଇଟାମାଟି ଥାନା ଅଧୀନ ଜହ୍ନିପଦା ଗ୍ରାମର ଭ୍ରମରବର ନାୟକ ବୋଲି ଜଣାପଡ଼ିଛି। କୌଣସି କାମରେ ଯାଇଥିବା ଭ୍ରମରବର ଗାଁ’କୁ ଫେରୁଥିବା ବେଳେ ହଠାତ୍ ବର୍ଷା ପବନ ହେବାରୁ ସେ ଜହ୍ନିପଦା- ହରେକୃଷ୍ଣପୁର ରାସ୍ତା ପାର୍ଶ୍ଵ ଏକ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ଗଛ ଉପୁଡ଼ି କୁଡ଼ିଆ ଉପରେ ପଡ଼ିବାରୁ ବୃଦ୍ଧଜଣଙ୍କ ଚାପି ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।
ଭୁବନେଶ୍ଵର : ଆଜି ଅପରାହ୍ନରେ ନୟାଗଡ଼ ଓ ରାଉରକେଲାରେ କାଳବୈଶାଖୀ ତାଣ୍ଡବ ରଚିଛି। ନୟାଗଡରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତ ଜଣଙ୍କ ଇଟାମାଟି ଥାନା ଅଧୀନ ଜହ୍ନିପଦା ଗ୍ରାମର ଭ୍ରମରବର ନାୟକ ବୋଲି ଜଣାପଡ଼ିଛି। କୌଣସି କାମରେ ଯାଇଥିବା ଭ୍ରମରବର ଗାଁ’କୁ ଫେରୁଥିବା ବେଳେ ହଠାତ୍ ବର୍ଷା ପବନ ହେବାରୁ ସେ ଜହ୍ନିପଦା- ହରେକୃଷ୍ଣପୁର ରାସ୍ତା ପାର୍ଶ୍ଵ ଏକ କୁଡ଼ିଆ ଘରେ ଆଶ୍ରୟ ନେଇଥିଲେ। ଗଛ ଉପୁଡ଼ି କୁଡ଼ିଆ ଉପରେ ପଡ଼ିବାରୁ ବୃଦ୍ଧଜଣଙ୍କ ଚାପି ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।



